ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ସଫଳତା

 

ଅନୁଗୋଳ – ଓପିଏସ୍‌ସି ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ଅନୁଗୋଳ ଜିଲ୍ଲାର ଅନେକ ଝିଅ ଓ ପୁଅଣ୍କୁ ସଫଳତା ମିଳିଛି । ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା ଦିକାକର ସାହୁ ରାଉରକେଲାରେ ବ୍ଯବସାୟ କରୁଥିବା ବେଳେ ମା ସୁଜାତା ରାଣି ପାଣିଗ୍ରାହି ଏକ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି । ତାଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ଯେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ସେ ପ୍ରମାଣିତ କରିଛନ୍ତି । ସେହିଭଳି ୧୪୨ ତମ ସ୍ଥାନରେ ଅନୁଗୁଳର ଆର୍ଯ୍ୟ ସଭ୍ୟତା । ତାଙ୍କ ଦ୍ବିତୀୟ ପ୍ରଚେଷ୍ଟାରେ ଏହି ସଫଳତା ମିଳିଛି। ଅନୁଗୁଳର ଜଣାଶୁଣା ସମାଜସେବୀ ଅଭୟ ରାୟ ଓ ପ୍ରତିଭା ରାୟଙ୍କ ଝିଅ ଆର୍ଯ୍ୟ ସଭ୍ୟତା ଭୁବନେଶ୍ବର​ରେ ସ୍କୁଲ ଶିକ୍ଷା ଓ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ସିଭିଲ ସର୍ଭିସ୍‌ ପାଇଁ ପ୍ରସ୍ତୁତି କରିଥିଲେ। ଭୁବନେଶ୍ବରର ଏକ ଘରୋଇ ଅନୁ​ଷ୍ଠାନରେ ପଢ଼ିବା ସହ ଦିନକୁ ୮ ଘଣ୍ଟା ଲେଖାଏଁ ପଢ଼ାପଢ଼ି କରୁଥିଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ଆଜି ତାଙ୍କୁ ଏହି ସଫଳତା ଦେଇଛି ବୋଲି ଆର୍ଯ୍ୟ ସଭ୍ୟତା କହିଛନ୍ତି । ନାଲ୍‌କୋନଗର ଅଞ୍ଚଳରୁ ୩ ଜଣଙ୍କୁ ସଫଳତା ମିଳିଛି। ଶିକ୍ଷୟିତ୍ରୀ ଶ୍ୟାମାମଣି ବିଶୋଇଙ୍କ ଝିଅ ଲିପ୍ସା ଭାରତୀ ୧୯ତମ ରାଙ୍କ ହାସଲ କରିଛନ୍ତି । ତାଙ୍କ ବାପା ଝାରସୁଗୁଡ଼ା ଏନ୍‌ଟିପିସର ଜଣେ ଅଧିକାରୀ । ଲିପ୍ସା ଥର୍ମାଲ୍‌ ଡିଏଭିର ପୁରାତନ ଛାତ୍ରୀ । ସିବିଏସ୍‌ଇ ଦଶମ ପରୀକ୍ଷାରେ ସେ ସର୍ବଭାରତୀୟସ୍ତରରେ ଟପ୍ପର୍‌ ହୋଇଥିଲେ । ପରେ ଚନ୍ଦ୍ରଶେଖରପୁର ଡିଏଭିରୁ ଯୁକ୍ତ ଦୁଇ ଓ ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ୍ସ ବିଭାଗରେ ଇଞ୍ଜିନିୟରିଂ ଶେଷ କରିଥିଲେ । ହାଇଦ୍ରାବାଦରେ ଏକ ସଫ୍ଟୱେର କମ୍ପାନିରେ ଚାକିରି କରି ବି ସେ ଦିନକୁ ୩/୪ ଘଣ୍ଟା ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଥିବା କହିଛନ୍ତି । ନାଲକୋର ଜ୍ୟୋତିରଞ୍ଜନ ପ୍ରଧାନ ନିଜର ତୃତୀୟ ଉଦ୍ୟମରେ ସେ ୨୨ତମ ରାଙ୍କ ହାସଲ କରିଛନ୍ତି । ପିଲାଦିନରୁ ସେ ମେଧାବୀ ଛାତ୍ର ଥିଲେ । ଏସ୍‌ଭିଏମ୍‌ରେ ଦଶମ ପରେ ସେ ନାଲ୍‌କୋନଗର ଡିପିଏସ୍‌ରୁ ଯୁକ୍ତ ଦୁଇ ପାସ୍‌ କରିଥିଲେ । ପରେ ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଶେଷ କରିଥିଲେ। ଦିନକୁ ୧୧ଘଣ୍ଟା ପରିଶ୍ରମ କରିବା ସହିତ ନିଷ୍ଠା ଓ ଉଦ୍ୟମବଳରେ ଏଥିରେ କୃତକାର୍ଯ୍ୟ ହୋଇଥିବା ଜ୍ୟୋତିରଞ୍ଜନ କହିଛନ୍ତି । ନାଲକୋ ଅଞ୍ଚଳର ବୈଜୟନ୍ତି ମଲ୍ଲିକ ମଧ୍ଯ ଚଳିତ ଥର ସଫଳତା ପାଇଛନ୍ତି । ସେ ୩୨୫ ୨୨ତମ ରାଙ୍କ ହାସଲ କରିଛନ୍ତି । ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ମାଛକୁଟା ଗ୍ରାମର ଜଣେ ଛାତ୍ର ଓଡିଶା ପ୍ରଶାସନିକ ସେବାରେ ସଫଳତା ଅର୍ଜନ କରିଛନ୍ତି । ମାଛକୁଟା ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ବିକ୍ରମ ନାୟକଙ୍କ ପୁଅ ଧିରେନ କୁମାର ନାୟକ ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୫୦ର‌୍ୟାଙ୍କ ରଖି ସଫଳତା ଅର୍ଜନ କରିଛନ୍ତି । ସେ ପୋଡାପଡା ଉଚ୍ଚବିଦ୍ୟାଳୟରେ ମାଟ୍ରିକରେ ଓ ପରେ ଓୟୁଏଟି ରେ ସ୍ନାତକରେ ଉତିର୍ଣ୍ଣ ହେବା ପରେ ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେବାପାଇଁ ପ୍ରସ୍ତୁତି କରିଥିଲେ । ଏହି ସଫଳତା ପାଇଁ ସେ ଭଗବାନ,ବାପା,ମା ଓ ସାଙ୍ଗ ସାଥିଙ୍କୁ ଶ୍ରେୟ ଦେଇଛନ୍ତି । ତାଙ୍କର ଆଶା ଓ ବିଶ୍ୱାସର ପେରଣା ପାଇଁ ସେ ସଫଳତା ପାଇଥିବା ପ୍ରକାଶ କରିଛନ୍ତି ।

What’s your Reaction?
+1
1
+1
1
+1
0
+1
0
+1
7
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored