ସମସ୍ୟା ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ Angul OnlineOctober 20, 2022October 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ ଫାଟକ ଆଗରେ ବସି ରହି ଶିଷକ ନିଯୁକ୍ତି ଦାବି କରିଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ ସ୍କୁଲରେ ବହୁ ବର୍ଷ ହେଲା ହିନ୍ଦୀ ଓ ଗଣିତ ଶିକ୍ଷକ ନାହାଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତ ଓ ହିନ୍ଦୀ ଶିକ୍ଷା ସଠିକ ଭାବେ ପାଇ ପାରୁ ନାହାନ୍ତି । ଏଥିପାଇଁ ଅଭିଭାବକ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଥିପାଇଁ ଆଜି ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ବୋଲି କହିଛନ୍ତି । ବହୁ ସମୟ ଧରି ଫାଟକ ଆଗରେ ବସି ରହିବା ପରେ ବି ଇ ଓ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ବ୍ରେଡ୍ରେ ଲେଖାହେଉନି ଏକ୍ସପାୟରି ତାରିଖ – ଲାଭ ଲୋଭର ଖେଳରେ ଗ୍ରାହକ ଅର୍ଥ ଦେଇ ଅଖାଦ୍ୟ ଖାଇବାକୁ ପଡୁଛି ଲାଭକଥା ଚିନ୍ତା କରୁଛନ୍ତି ପ୍ରସ୍ତୁତକାରୀ ସଂସ୍ଥା ଅନୁଗୁଳ – ଜିଲାର ବିଭିନ୍ନ ହୋଟେଲ, ଚା…
ରାସ୍ତାରେ ପାଇଖାନା – ଯିବା ଆସିବାରେ ଆସୁବିଧା ଭୋଗୁଛନ୍ତି ଲୋକେ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଡକେରାଜାଙ୍ଗ ଗାଁର ଏକ ପରିବାର ସରକାରୀ ଜାଗାରେ ଜୋର ଜବରଦସ୍ତ ପାଇଖାନା ଓ ଟାଙ୍କି ନିର୍ମାଣ କରିବା ଫଳରେ…
ନାଲକୋ ଅଧିକାରୀଙ୍କୁ ଭେଟିଲେ ଆନ୍ଦୋଳନକାରୀ – ସମସ୍ଯା ସମାଧାନ ହେଲେ ଅଚଳାବସ୍ଥା ହେବ ଦୁର ଅନୁଗୋଳ – ଅନୁଗୋଳ ଜିଲ୍ଲା ଗୋବରା , କର୍ଣ୍ଣପୁର , ବଡଯୋରତା , ତଅଁରା ଓ ପଦ୍ମାବତୀପୁର ପଂଚାୟତରେ ନାଲକୋ ରେଲୱେ ଲାଇନ୍ ଓ ଆଶ…