ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନରେ ସତିଶରାଜଙ୍କ ଶ୍ରେଷ୍ଠତ୍ଵ

ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନରେ ସତିଶରାଜଙ୍କ ଶ୍ରେଷ୍ଠତ୍ଵ

ଅନୁଗୁଳ – ଅନୁଗୁଳ ହେମସୁରପଡା ନିବାସୀ ମତାମୟୀ ପ୍ରଧାନ ଓ ଚିତ୍ତ ରଞ୍ଜନ ପ୍ରଧାନଙ୍କ ସତୀଶରାଜ୍ ପ୍ରଧାନ ଜିଲ୍ଲା ତଥା ରାଜ୍ୟ ପାଇଁ ଏକ ଗୌରବ ଆଣିଛନ୍ତି । ଟ୍ରେନିଂ ଶେଷ କରିବା ସହ ଦେଶର ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସର୍ବଶ୍ରେଷ୍ଠ ନୌସେନା ଅଧିକାରୀ ଭାବେ ଟ୍ରଫି ଓ ମାନପତ୍ର ହାସଲ କରିଛନ୍ତି । ସେ ଭାରତୀୟ ନୌସେନାରେ ଜଣେ ଯୁବ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରତ । ନୌସେନାରେ ପ୍ରାଥମିକ ତାଲିମ ପରେ ଶୁକ୍ରବାର ତାମିଲନାଡୁର ଆଇଏନଏସ ରାଜାଲି ନାଭାଲ ଏଆର ଷ୍ଟେସନରେ ୯୯ ଏଚସିସି କୋର୍ସର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଲେଫ୍ଟନାଣ୍ଡ ସତୀଶରାଜ୍ ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଦେଶର ସର୍ବଶ୍ରେଷ୍ଠ ନୌସେନା ଅଫିସର ଭାବେ ରିଅର ଆଡ଼ମିରାଲ ବିକ୍ରମ ମେନନଙ୍କ ଠାରୁ ଟ୍ରଫି ଓ ମାନ ପତ୍ର ଗ୍ରହଣ କରିଥିଲେ । ଦେଶ ନୌସେନା ଇତିହାସରେ ପ୍ରଥମ ଥର ପାଇଁ ନୌସେନା ଅଧିକାରୀଙ୍କୁ ପ୍ଲେଜ ୱାନ ୨୨ ସପ୍ତାହର ପାଇଲଟ ଟ୍ରେନିଂରେ ଶ୍ରେଷ୍ଠତ୍ୱ ପାଇଁ ସତୀଶଙ୍କୁ କେରଳ ରାଜ୍ୟପାଳଙ୍କ ଟ୍ରଫି ମଧ୍ଯ ପ୍ରଦାନ କରାଯାଇଛି । ଟ୍ରେନିଂ ପରେ ସତୀଶଙ୍କୁ ଆଣ୍ଡାମାନ ନୌସୀମା ସୁରକ୍ଷା ଦାୟିତ୍ବ ଦିଆଯାଇଛି । ସତୀଶଙ୍କ ପିତା ଚିତ୍ତରଞ୍ଜନ ପ୍ରଧାନ ତାଳଚେର ପୌରପାଳିକାର ଜଣେ ବରିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟରତ ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
1

Leave a Reply