ଅନୁଗୁଳ ଡାଇରିମୁଖ୍ୟ ଖବର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ପରଲୋକ Angul OnlineFebruary 5, 2021February 5, 2021 ତାଳଚେର – ଅନୁଗୁଳ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କର ୧୦୩ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଆଜି ତାଙ୍କ କଂସମୁଣ୍ଡାସ୍ଥିତ ବାସଭବନରେ ପରଲୋକ ଘଟିଥିଲା । ଶ୍ରୀଯୁକ୍ତ ପ୍ରଧାନ ୧୯୧୮ ମସିହା ଫେବୃଆରୀ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ପ୍ରଧାନଙ୍କ ନିଧନରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀଭାବେ ବେଶ ସୁପରିଚିତ ଥିଲେ । ସେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଶିଷ୍ୟ ଭାବେ ପବିତ୍ର ମୋହନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେତେବେଳେ ପୋଲିସ ଇନ୍ସପେକ୍ଟର ଚାକିରି ପ୍ରତ୍ୟାଖାନ କରି ସ୍ଵାଧୀନତା ସଂଗ୍ରାମ ତଥା ପ୍ରାଜା ମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ । ତାଙ୍କ ନିଧନ ଖବର ସାଧାରଣରେ ଜଣାପଡିବାପରେ ତାଙ୍କ କଂସମୁଣ୍ଡା ସ୍ଥିତ ବାସଭବନକୁ ଜନ ସାଧାରଣ ସ୍ୱର୍ଗତ ସଂଗ୍ରାମୀଙ୍କ ଶେଷ ଦର୍ଶନ କରିବା ନିମନ୍ତେ ସୁଅ ଛୁଟିଛି । ଆସନ୍ତାକାଲି (ଶନିବାର) ତାଙ୍କ ଗାଁ କଂସମୁଣ୍ଡାରେ ତାଙ୍କ ଶେଷକୃତ୍ୟ କରାଯିବ । Advertisement
ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ଥାନ – ପାତ୍ରପଡାର ମା’ବାୟାଣୀ ପୀଠ ଅନୁଗୋଳ – ଆଉ ମାତ୍ର କିଛି ଦିନ ପରେ ନବବର୍ଷ । ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ନବବର୍ଷ ପାଳନ ପାଇଁ ଲୋକେ ଏବେଠାରୁ ପ୍ରସ୍ତୁତ…
ଅଣ ସୀକୃତି ପ୍ରାପ୍ତ କୋଠା ଚିହ୍ନଟ ପାଇଁ ଟାମଡାରେ ଗଠନ ହେଲା ଟିମ – ଚିହ୍ନଟ ନକଲେ ଦରମା ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାମଡା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟାମଡାର ବିନା ଅନୁମତିରେ ଘର , ଦୋକାନ , କୋଠା ଆଦି ନିର୍ମାଣ ହୋଇଥିବା…
ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ * ନବକୃଷ୍ଣ ଥିଲେ ଜଣେ ରାଜନୈତିକ ସନ୍ଥ * ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ମୁଖ୍ୟମନ୍ତ୍ରୀ ଅନୁଗୁଳ – ଅନଗୁଳ…