ଅଣ ସୀକୃତି ପ୍ରାପ୍ତ କୋଠା ଚିହ୍ନଟ ପାଇଁ ଟାମଡାରେ ଗଠନ ହେଲା ଟିମ – ଚିହ୍ନଟ ନକଲେ ଦରମା ବନ୍ଦ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାମଡା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟାମଡାର ବିନା ଅନୁମତିରେ ଘର , ଦୋକାନ , କୋଠା ଆଦି ନିର୍ମାଣ ହୋଇଥିବା ଅଭିଯୋଗ ହୋଇ ଆସୁଥିଲା । ଏଥିପାଇଁ ଅନୁଗୁଳ ଜିଲ୍ଲାପାଳ ତଥା ଟାମଡା ଉପାଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆଜି ତିନୋଟି ଟିମ ଗଠନ କରିଛନ୍ତି । ପ୍ରଥମ ଟିମରେ ପ୍ଲାନିଙ୍ଗ ଆସିଷ୍ଟାଣ୍ଡ ନୀଳିମା ମହାପାତ୍ର ଓ ଜୁନିଅର ଆସିଷ୍ଟାଣ୍ଡ ମନୋଜ କୁମାର ସିଂ ରହିଥିବା ବେଳେ ଏହି ଟିମ ଅନୁଗୁଳ ପୌରପାଳିକା , ଅନୁଗୁଳ ତହସିଲ ଓ ଛେଣ୍ଡିପଦା ତହସିଲ ଅଞ୍ଚଳର ଦାୟିତ୍ଵ ମିଳିଛି । ଦ୍ଵିତୀୟ ଟିମରେ ସିନିୟର ଡ୍ରାଫ୍ଟସମ୍ୟାନ ରମେଶ ଚନ୍ଦ୍ର ସାହୁ ଓ ସିନିୟର ଆସିଷ୍ଟାଣ୍ଡ ରସାନନ୍ଦ ସାମନ୍ତରାୟ ଅଛନ୍ତି । ଏମାନଙ୍କୁ ବଅଁରପାଳ ତହସିଲ ଓ ଓଡାପଡା ଦାୟିତ୍ଵ ମିଳିଛି । ସେହିପରି ତୃତୀୟ ଟିମରେ ରହିଥିବା ଆର୍କିଟେକ ଆସିଷ୍ଟାଣ୍ଡ ଶାନ୍ତିଳତା ପ୍ରଧାନ , ଜୁନିଅର ଆସିଷ୍ଟାଣ୍ଡ/ନରେଶ ଚନ୍ଦ୍ର ଦଳେଇଙ୍କୁ ତାଳଚେର ପୌରପାଳିକା , ତାଳଚେର ତହସିଲ ଓ କଣିହାଁ ଅଞ୍ଚଳର ଦାୟିତ୍ଵ ମିଳିଛି । ଏହି ତିନି ଟିମ ତାଙ୍କୁ ମିଳିଥିବା ଦାୟିତ୍ଵ ଅନୁଯାୟୀ ଅଞ୍ଚଳରେ ଅଣସିକୃତି ପ୍ରାପ୍ତ ନିର୍ମାଣ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ଏହା ସହ ଏହି ସବୁ କମିଟି ଚଳିତ ଫେବୃଆରୀ ମାସ ଶେଷ ସୁଦ୍ଧା ନିର୍ମାଣ ଅନୁମତି, ଜମି ରୂପାନ୍ତର ଏବଂ ଦୋକାନ ଭଡା ସଂଗ୍ରହ ସମ୍ବନ୍ଧରେ ବିଚାରାଧୀନ କାର୍ଯ୍ୟ ଗୁଡିକର ସମୀକ୍ଷା କରିବେ । ମାସ ଶେଷ ପ୍ରତ୍ୟେକ ଦଳ ନିଜ କର୍ତ୍ତବ୍ୟ ବ୍ୟତୀତ ୫୦ ଟି ଲେଖାଏଁ ମାମଲା ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ନ କଲେ ଦରମା ବନ୍ଦ କରାଯିବ ବୋଲି ଅନୁଗୁଳ ଜିଲ୍ଲାପାଳ ତଥା ଟାମଡା ଉପାଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କଡା ଦାଗିଦ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored