ଭଲ ଖବର ତାଳଚେରର ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧.୧୦ କୋଟି ଟଙ୍କା ମଞ୍ଜୁର Angul OnlineAugust 21, 2023August 21, 2023 ଭୁବନେଶ୍ୱର – ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୂତ୍ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ଓଡ଼ିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଅନୁଗୁଳ ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧ କୋଟି ୧୦ ଲକ୍ଷ ମଞ୍ଜୁର ହୋଇଛି । ଏହା ସହ ଢେଙ୍କାନାଳର ବଜ୍ରନାଥ ବଡଜେନା ହାଇସ୍କୁଲ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁନ ୨୪ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପଢୁଥିବା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ସ୍କୁଲକୁ ଗସ୍ତ କରିଥିଲେ । ଏହି ଅବସରରେ ସେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ କଥା ହେବା ସହିତ ବିଦ୍ୟାଳୟର କାର୍ଯ୍ୟ ଗୁଡିକୁ ଦେଖିବା ସହ ସ୍କୁଲର ବିକାଶ ପାଇଁ ଭାରତ ସରକାର ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । Advertisement
ଅଣ୍ଡା ଫୁଟି ବାହାରିଲେ ୩୦ରୁ ଅଧିକ ଘଡ଼ିଆଳ କୁମ୍ଭୀର ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ପାଇଁ ପୁଣି ଥରେ ଖୁସି ଖବର ମିଳିଛି । ଗତକାଲି (ମଙ୍ଗଳବାର) ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ୩୨ଟି…
ଅନୁଗୁଳ ପୁଲିସର ସୁକେଶ ପାଇବେ ରାଜ୍ୟପାଳ ପଦକ ଭୁବନେଶ୍ୱର – ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ । ବର୍ଷ ୨୦୨୧ ପାଇଁ ୪…
ଅନୁଗୁଳ ଜିଲ୍ଲାର ପୁଅ : ସ୍ଵିଡେନ କଳା ବିଭାଗର ପରାମର୍ଶଦାତା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ପି.କେ. ମହାନନ୍ଦିଆ । ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା…