ଅପରାଧ ୨ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ Angul OnlineAugust 21, 2023August 21, 2023 ଅନୁଗୁଳ – ଅନୁଗୁଳ ଅବକାରି ବିଭାଗ୍କୁ ପୁଣି ଏକ ବ୍ରାଉନସୁଗାର ମାମଲାରେ ସଫଳତା ମିଳିଛି । ଆଜି ଅବକାରି ବିଭାଗର ଅବକାରୀ ଇନ୍ସପେକ୍ଟର ରମ୍ଭା ବାଘ ଏବଂ ମୋବାଇଲ ସ୍କ୍ୱାର୍ଡ ଚଢାଉ କରି ୨୦ ଗ୍ରାମ ବରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି । ସୁଚନା ଅନୁସାରେ ଅନୁଗୁଳ ଜିଲ୍ଲା ଅରାହାଟ ଗାଁର ଜିତେନ୍ଦ୍ର ସାମଲ( ୩୮) ନାମକ ଜଣେ ବ୍ୟକ୍ତି ତାଳଚେର ଦେଉଳବେଡା ଗାଁ ନିକଟରେ ଗରାଖ ଅପେକ୍ଷାରେ ଥିବା ଅବକାରୀ ବିଭାଗ ଖବର ପାଇଥିଲା , ଏଥିପାଇଁ ସେମାନେ ସଦଳବଳେ ଚଢାଉ କରି ତାଙ୍କୁ ଅଟକ ରଖି ଜାଂଚ କରିବା ବେଳେ ତାଙ୍କ ନିକଟରୁ ୨୦ ଗ୍ରାମ ବରାଉନସୁଗାର ସହ ମୋଟରସାଇକେଲ ଜବତ କରା ଯାଇଥିଲା । ଜବତ ବରାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୁଚନା ମିଳିଛି । ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । Advertisement
ଫୁଟେ ଜାଗା ପାଇଁ ଦୁଇ ପରିବାର ଭିତରେ ଗଣ୍ଡଗୋଳ – ଟାଙ୍ଗିଆ ଆକ୍ରମଣରେ ଜଣେ ମୃତ ଦୁଇ ଗୁରୁତର ଅନୁଗୋଳ – ଅନୁଗୋଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।…
ଜନ୍ମଦିନ କେକ କଟାକୁ ଡାକିଲେ ନାହିଁ ବୋଲି ବିଚ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଅନୁଗୁଳ – ବିଚ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଅନୁଗୁଳ ଅମଲାପଡା ଛଳ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଦିନ ପ୍ରାୟ…
ମାଡପିଟ ଅଭିଯୋଗରେ ସରପଞ୍ଚ ଗିରଫ ତାଳଚେର – ଅନୁଗୁଳ ତାଳଚେର ବ୍ଲକ ଅନ୍ତର୍ଗତ କୋଲିୟରୀ ଥାନା ନିକଟସ୍ଥ ଡେରା ପଞ୍ଚାୟତ ସରପଞ୍ଚ ଗୀତିଶ ପ୍ରୀତିଶ ପ୍ରଧାନ ସେହି ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ…