ଅପରାଧ ଘର ତାଲା ଭାଙ୍ଗି ଲୁଟି ନେଲେ ଟଙ୍କା , ସୁନା , ସ୍କୁଟି ସହ ବାସନକୁସନ Angul OnlineOctober 27, 2023October 27, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମହାଦେବବିହାର ଅଞ୍ଚଳରେ ଘର ଲୋକ ନଥିବା ବେଳେ ତାଲା ଭାଙ୍ଗି ଏକ ବଡ଼ ଧରଣର ଲୁଟ ହୋଇଛି । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଧୀରେନ୍ଦ୍ର ବେହେରାଙ୍କ ସ୍ତ୍ରୀଙ୍କ ଦେହ ଖାରପ ଥିବାରୁ ଉଭୟ ଘରେ ତାଲା ପକାଇ କଟକ ଚିକିତ୍ସା ପାଇଁ ଯାଇଥିଲେ । କଟକରୁ ଆଜି ସକାଳେ ଫେରି ଘର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ । ଭିତରକୁ ଯାଇ ଦେଖିବା ବେଳକୁ ଘରେ ଥିବା ଆଲମୀରା , ଟ୍ରଙ୍କ , ଆଟାଚ ଆଦି ଭଙ୍ଗା ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସିବା ପରେ ଜାଞ୍ଚ କରି ଘରୁ ୫୦ ହଜାର ଟଙ୍କା , ୬ ଭରି ସୁନା ସହ ରୁପା ଅଳଙ୍କାର ଓ ଘରେ ଥିବା ଏକ ସ୍କୁଟି ଚୋର ନେଇ ଯାଇଥିବା ଜାଣିବାକୁ ପାଇଥିଲେ । ଏହି ଚୋରୀ ଘଟଣାର ପୁଲିସ ଛାନଭିନ କରୁଛି । Advertisement
ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି । ହେଲେ ରଖେ ହଋ ତ ମାରେ କିଏ ?…
ଲକ୍ଷାଧିକ ଟଙ୍କା ସହ ମୋଟରସାଇକେଲ ନେଇ ଭଡାଟିଆ ଚମ୍ପଟ – ଥାନାରେ ଅଭିଯୋଗ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡରୀର କିଛି ଲୋକଙ୍କୁ ସେହି ଗାଁରେ ଭଡାରେ ରହୁଥିବା ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ନେବା ସହ…
ଶିକାରୀ ହେଲା ଶିକାର – ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଶିକାରୀର ମୃତ୍ୟୁ ଅନୁଗୁଳ – ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଆଜି ଜଣେ ଶିକାରୀ ନିଜେ ଶିକାର ହୋଇଥିବା ଜଣା ପଡିଛି । ଶିକାରୀ ଜଣଙ୍କ ବିଦ୍ୟୁତ ତାର…