ଆଞ୍ଚଳିକ ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ Angul OnlineNovember 10, 2023November 10, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି । ତାଳଚେର ଓ କଣିହାଁ ଠାରେ ଥିବା ସମସ୍ତ କୋଇଲା ଖଣିରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ଜଣା ଯାଇଛି । ସୁଚନା ଅନୁସାରେ ଟ୍ରକ ମାଲିକ ସଙ୍ଘ ପକ୍ଷରୁ କୋଇଲା ଭଡ଼ା ବୃଦ୍ଧି ପାଇଁ ପ୍ରଶାସନ ଓ ପ୍ଲାଣ୍ଟ ମାନଙ୍କୁ ବାରମ୍ବାର ନେଇ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ହେବ ନିର୍ଦ୍ଧାରିତ ଭଡାରେ ଟ୍ରକ ଗୁଡିକ ଚଳାଚଳ କରୁଥିବାରୁ ଆଜିର ସମୟରେ ଟ୍ରକ ଏବଂ ଏହାର ଯନ୍ତ୍ରାଂଶ ସହ ସମସ୍ତ ଜିନିଷର ଦରବୃଦ୍ଧି ଘଟିଛି । ହେଲେ ଆଜି ପର୍ଯ୍ୟନ୍ତ ଭଡା ବୃଦ୍ଧି ହୋଇ ନଥିବାରୁ ଏ ନେଇ ଜିଲ୍ଲା ପ୍ରଶାସନ ପ୍ଲାଣ୍ଟ କତ୍ତୃପକ୍ଷ ଓ ଟ୍ରକ ମାଲିକ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଏହା ସତ୍ୱେ ମଧ୍ୟ ଏହା ଫଳପ୍ରଦ ହୋଇ ନଥିଲା । ତେବେ ଦିନକୁ ଦିନ ଟ୍ରକର ସମସ୍ତ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ପୂର୍ବ ଧାର୍ଯ୍ୟ ରେଟରେ ଟ୍ରକ ଚଲାଇବାକୁ ମାଲିକମାନେ ଅସମର୍ଥ ହେଉଥିବା କହିଛନ୍ତି । ଯେ ପର୍ଯ୍ୟନ୍ତ ଟ୍ରକ ମାଲିକ ମାନଙ୍କର ସମସ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଟ୍ରକ ମାଲିକ ସଙ୍ଘ । Advertisement
ଗ୍ରାମୀଣ ବାଳିକାଙ୍କୁ ସ୍ଵୟଂପ୍ରଭା ସମ୍ମାନ ପ୍ରଦାନ ଅନୁଗୁଳ – ରକ୍ତହୀନତାରୁ ସୁସ୍ଥ ହେବା ସହ ଶିକ୍ଷା ତଥା ଅନ୍ୟାନ୍ୟ ଅତିରିକ୍ତ ପାଠ୍ୟକ୍ରମ ଗତବିଧିରେ ସଫଳତାର ଏକ ଦୃଷ୍ଟାନ୍ତ ଭାବେ ପରିଚୟ ପାଇଥିବା ଦୁଇ ଜଣ…
ଅଣ ସୀକୃତି ପ୍ରାପ୍ତ କୋଠା ଚିହ୍ନଟ ପାଇଁ ଟାମଡାରେ ଗଠନ ହେଲା ଟିମ – ଚିହ୍ନଟ ନକଲେ ଦରମା ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାମଡା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟାମଡାର ବିନା ଅନୁମତିରେ ଘର , ଦୋକାନ , କୋଠା ଆଦି ନିର୍ମାଣ ହୋଇଥିବା…
ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ ଅନୁଗୋଳ – ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳ ରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇ ଯାଇଛି । ଏହି…