ଆଞ୍ଚଳିକ ୨୦ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ମେଳା Angul OnlineMarch 15, 2024March 15, 2024 ଅନୁଗୁଳ – ଅନୁଗୁଳ ବିଜୁ ମୈଦାନଠାରେ ଅନୁଗୁଳ ମେଳା ଅନୁଷ୍ଠିତ ହୋଇଯାଇଅଛି । ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ୍ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ ସୀଠ, ଜିଲ୍ଲା ଶିକ୍ଷା କାର୍ମୀକ ଅଧିକାରୀ ଭିକାରୀ ବନ୍ଧୁ ସାହୁ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଯୋଗ ଦେଇଥିଲେ । ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ମେଳା ଆୟୋଜନ ହେବା ସହିତ ହସ୍ତଶିଳ୍ପ କୁଟୀର ଶିଳ୍ପ ବୟନ ଶିଳ୍ପ ଘରୋଇ ଉପକରଣ ବୈଦ୍ୟୁତିକ ଓ ରାଜ୍ୟ ତଥା ରାଜ୍ୟ ବାହାରର ଶାଢ଼ୀ ଖଦୀବସ୍ତ୍ର ଇତ୍ୟାଦି ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରଦର୍ଶନୀ ସହିତ ବିକ୍ରୟ ହେଉଅଛି । ଏଥିସହିତ ବିଭିନ୍ନ ପ୍ରକାର ଶିକ୍ଷଣୀୟ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ମେଳାର ସଂଯୋଜକ ପର୍ଶୁରାମ ଦାଶ କହିଛନ୍ତି । ମେଳାକୁ ବୁଲି ଆସିବା ସହିତ ନିଜ ମନ ପସନ୍ଦର ସାମଗ୍ରୀ କିଣି ନେବାକୁ ମେଳା ତରଫରୁ ଆହ୍ବାନ କରିଛନ୍ତି । Advertisement
ମାଗଣା ହୃଦରୋଗ ପରୀକ୍ଷା ତାଳଚେର – ତାଳଚେର ରୋଟାରି କ୍ଳବ ଓ ଆପୋଲୋ ହସ୍ପିଟାଲ ଆନୁକୂଲ୍ୟରେ ଆଇ ଟି ଆଇ ଛକ ସ୍ଥିତ ତାଳଚେର ଟ୍ରକ ମାଲିକ ସଙ୍ଘ ଠାରେ ଏକ…
ପୁଲିସ ଏସ୍.ଆଇ. ମାନଙ୍କ ଦୀକ୍ଷାନ୍ତ ସମାରୋହ(ଭିଡିଓ) ଅନୁଗୁଳ – ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ…
ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ କୋଟି ଟଙ୍କା ମଞ୍ଜୁର – ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଜିଲ୍ଲା ବିଜେଡ଼ି ଅନୁଗୁଳ – ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ ତାଙ୍କ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାର ସମସ୍ତ ବିଧାୟକ । ବିନା ବିସ୍ଥାପନରେ ସୀମିତ…