ମନୋରଞ୍ଜନ ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରିବା ପାଇଁ ନୂତନ ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ Angul OnlineMarch 22, 2024March 22, 2024 ଅନୁଗୁଳ – ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛି । ଏହି କାର୍ଯ୍ୟକ୍ରମରେ ଜେଜିୟୁର ୭୩୬୮ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ଯାହାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ସଂସ୍ଥାର ଅଧିକାରୀମାନେ ଅନୁମୋଦନ କରିଥିଲେ । ଏହି ନିଆରା ଅବସରରେ ଜେଜିୟୁର ସମସ୍ତ ବିଦ୍ୟାଳୟ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ, କର୍ମଚାରୀ, ଅଧ୍ୟାପକ ଏବଂ ଅନ୍ୟ ଅଧିକାରୀମାନେ ଉତ୍ସାହର ସହ ଭାରତୀୟ ପତାକାର ରଙ୍ଗରେ ଏକାଠି ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରମାଣିତ କରିବା ପାଇଁ କ୍ୟାମ୍ପସରେ ଉପସ୍ଥିତ ଥିବା ଗିନିଜ୍ ୱାର୍ଲ୍ଡ ରେକର୍ଡର ବିଚାରକ ଶ୍ରୀ ଋଷି ନାଥ କହିଛନ୍ତି ଯେ, “ମୁଁ ଖୁସିର ସହ ଘୋଷଣା କରୁଛି ଯେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି, ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ସହଯୋଗରେ, ୭୩୬୮ ଜଣ ଉତ୍ସାହୀ ଅଂଶଗ୍ରହଣକାରୀଙ୍କ ସହ ସର୍ବବୃହତ ମାନବ ଜାତୀୟ ପତାକା ରେକର୍ଡ ସଫଳତାର ସହ କରିଛି । ଜେଜିୟୁ ଏବଂ ଏଫଏଫଆଇ ବର୍ତ୍ତମାନ ଏହି କାର୍ଯ୍ୟ ପାଇଁ ରେକର୍ଡର ଅଧିକାରୀ ଏବଂ ଏହି ନୂତନ ରେକର୍ଡକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯିବ”। ଜାତୀୟତାବାଦର ଭାରତୀୟ ଭାବନାକୁ ପୁନର୍ଜୀବିତ କରିବା ପାଇଁ ସମର୍ପିତ ଏକ ଅଣଲାଭକାରୀ ସଂଗଠନ ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ର ସହଯୋଗରେ ଜେଜିୟୁ ପକ୍ଷରୁ ଏହି ଐତିହାସିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ଚାନ୍ସେଲର ତଥା ଫ୍ଲାଗ ଫାଉଣ୍ଡେସନର ପ୍ରେସିଡେଣ୍ଟ ଶ୍ରୀ ନବୀନ ଜିନ୍ଦଲ କହିଥିଲେ ଯେ, “ଉଡୁଥିବା ଜାତୀୟ ପତାକା ଆକୃତିର ଏକ ମାନବ ଚିତ୍ର ତିଆରି କରି ସଫଳତାର ସହ ଏକ ନୂତନ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିବାରୁ ମୁଁ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଏବଂ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିକୁ ଅଭିନନ୍ଦନ ଜଣାଉଛି । Advertisement
ରନ ଫର ଗ୍ଲୋରି , ରନ ଫର ମେମୋରୀ – ରବିବାର ସମସ୍ତ ସବ ଡିଭିଜନରେ ରାହଗିରି ଅନୁଗୁଳ – ରନ ଫର ଗ୍ଲୋରି , ରନ ଫର ମେମୋରୀ । ୨୦୨୩ ରେ ଅନୁଗୁଳ ଜିଲ୍ଲାକୁ ୩୦ ବର୍ଷ ପୂର୍ତ୍ତି ହେବ । ଏହି…
ଶିଶୁ କିଶୋର କବିତା ସଂକଳନ ପୁସ୍ତକ ଉନ୍ମୋଚିତ ଅନୁଗୁଳ – ମହାବିଷୁବ ସଂକ୍ରାନ୍ତି ଅବସରରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଉତ୍ସବ ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ଠାରେ ପାଳନ ହୋଇଯାଇଛି…
ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବ ମହୋତ୍ସବ ଅନୁଗୁଳ – ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ପୁଣି ଜିଲ୍ଲାବାସୀଙ୍କୁ ଆମୋଦିତ କରିବ ଜିଲ୍ଲା ମହୋତ୍ସବ । ସ୍ଥାନିୟ କଳାକାରଙ୍କ ସମେତ ଓଲିଉଡ ଓ ବଲିଉଡ କଳାକାରଙ୍କ…