ଅପରାଧ ମାଡପିଟ ଅଭିଯୋଗରେ ସରପଞ୍ଚ ଗିରଫ Angul OnlineMarch 29, 2024March 29, 2024 ତାଳଚେର – ଅନୁଗୁଳ ତାଳଚେର ବ୍ଲକ ଅନ୍ତର୍ଗତ କୋଲିୟରୀ ଥାନା ନିକଟସ୍ଥ ଡେରା ପଞ୍ଚାୟତ ସରପଞ୍ଚ ଗୀତିଶ ପ୍ରୀତିଶ ପ୍ରଧାନ ସେହି ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗକୁ ଆଧାରକରି ପୁଲିସ୍ ଏହାର ତଦନ୍ତ ପରେ ଡେରା ସରପଞ୍ଚ ଶ୍ରୀ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ଡେରା ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସରପଞ୍ଚ ଶ୍ରୀ ପ୍ରଧାନଙ୍କ ସହ କୌଣସି କାରଣରୁ ବଚସାରୁ ମାରପିଟ୍ ଯାଏ କଥା ଯାଇଥିଲା I ଏହି ଗିରଫ ଘଟଣା ପ୍ରଚାରିତ ହେବାପରେ ସରପଞ୍ଚଙ୍କ ସମର୍ଥକମାନେ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିଥିବା ଦେଖୁବାକୁ ମିଳିଥିଲା । Advertisement
ଓଟିପି ମାଗି ୨୫ ହଜାର ଲୁଟିନେଲେ ତାଳଚେର – ଅନୁଗୁଳ ଜିଲ୍ଲାରେ ସାଇବର ଠକ ମାନେ ଜଣଙ୍କ ପରେ ଜଣଙ୍କୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଜାଲରେ ଫସାଇ ଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ…
ବିପୁଳ ପରିମାଣର ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଏସ.ଟି.ଏଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏସ.ଟି.ଏଫ. ଚଢ଼ାଉ କରି ୧୬୧ କେଜି ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ମହଜୁଦ ରଖିବା ଅଭିଯୋଗରେ…
ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର ଅନୁଗୁଳ – ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଆଯି ( ବୁଧବାର) ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ…