ମୁଖ୍ୟ ଖବର ଲାଞ୍ଚ ନେଇ ଚାକିରୀରୁ ବହିସ୍କୃତ ହେଲେ କନିଷ୍ଠ କିରାଣୀ Angul OnlineApril 20, 2024April 20, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜୁନିଅର ରେଭନ୍ୟୁ ଆସିଷ୍ଟାଣ୍ଡ ପଙ୍କଜିନି ବିଶ୍ୱାଳ ଚାକିରୀରୁ ବହିସ୍କୃତ ହୋଇଛନ୍ତି । ୨୦୨୩ ମସିହା ମେ ୧୨ ତାରିଖରେ ଲାଞ୍ଚ ନେବା ମାମଲାରେ ଅନୁଗୁଳ ଭିଜିଲାନ୍ସ କୋର୍ଟରେ ସେ ଦୋଷୀ ସାବସ୍ତ୍ୟ ହୋଇଥିଲେ । ପଙ୍କଜିନି ୨୦୧୭ ମସିହାରେ ଅନୁଗୁଳ ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜମି ପଟା ମ୍ୟୁଟେସନ କରିବା ପାଇଁ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ମାନ୍ୟବର କୋର୍ଟ ତାଙ୍କୁ ୩ ବର୍ଷ କାରାଦଣ୍ଡ ସହ ୫ ହାଜର ଟଙ୍କା ଜୋରିମାନା କରିଥିଲେ । ଜୋରିମନା ଅନାଦେୟ ଆଉ ୨ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦେଶରେ ଉଲ୍ଲେଖ ରହିଥିଲା । ଏହି ମାମଲାରେ ସେ ଦଣ୍ଡିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ଚାକିରୀରୁ ବହିସ୍କୃତ କରିଛନ୍ତି । ଏ ନେଇ ଅନୁଗୁଳ ଜିଲାପାଳଙ୍କୁ ମଧ୍ୟ ଅବଗତ କରା ଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣା ଯାଇଛି । Advertisement
ଯୁବ ଡାକ୍ତରଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ଯୁବ ଡାକ୍ତରଙ୍କ ଅକାଳ ବିୟୋଗ ହୋଇଛି । ମୃତ ଡାକ୍ତର ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା ତଳମୂଳ ସ୍ୱାସ୍ଥ୍ୟକେନ୍ଦ୍ରର…
ପୁଣି ଅଲୋଡା ହେଲା ଶିଶୁକନ୍ୟା ବନ୍ତଳା – ଅନୁଗୁଳ ଜିଲ୍ଲାରେ ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇଛି । ଜନ୍ମ ପରେ ରାସ୍ତା କଡକୁ ଫିଙ୍ଗିଦେଇ ମା ଚାଲି ଯାଇଛି । ଏଭଳି ଏଭଳି…
ଦଶ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଯୁବକ ଛେଣ୍ଡିପଦା – ୨୦୧୩ ମସିହାରୁ ନିଖୋଜ ହୋଇଗଲେ ଆଉ ୨୦୨୩ରେ ଘରକୁ ଫେରିଲେ । ୧୦ ବର୍ଷ ପୁର୍ବେ ଅନୁଗୋଳ ଜିଲ୍ଲା ଛେଣ୍ତିପଦାର ନିଖୋଜ ଯୁବକଙ୍କୁ ଉତ୍ତରପ୍ରଦେଶରୁ…