ଅନୁଗୁଳ ଡାଇରିଭଲ ଖବର ହଜି ଯାଇଥିବା ସ୍ମୃତିକୁ ମିଳିଲା ପୁନର୍ଜୀବନ – ସଜେଇ ହେଉଛି ରାଜବାଟୀ ଅଞ୍ଚଳ Angul OnlineDecember 10, 2022December 10, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଥିବା ରାଜବାଟୀ , କେଉଁ ଦିନରୁ ଅବହେଳିତ ହୋଇ ପଡି ରହିଥିଲା । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ତାଳଚେର ରାଜାଙ୍କ ରାଜବାଟୀ ଦେଖିବାକୁ ଅନେକ ଲୋକ ଯାଆନ୍ତି । ହେଲେ ରଙ୍ଗ ହିନ ହୋଇ ପଡିଥିବା ରାଜବାଟୀ ବିଶେଷ ଆକର୍ଷିତ କରି ପାରୁ ନଥିଲା । ନଦୀ କୁଳକୁ ଲାଗି ଏକ ଛୋଟ ପାର୍କଟିଏ ଥିଲେ ମଧ୍ୟ ଲୋକଙ୍କ ମନ ମୋହି ପାରୁ ନଥିଲା । ଅନେକ ବର୍ଷ ହେଲା ରାଜା ବାଟି , ତାଳଚେର ଗେଟ ମରାମତି କରିବା ଆଉ ଏହି ସବୁ ଐତିହର ସୁରକ୍ଷା କରିବାକୁ ତାଳଚେରବାସୀ ଦାବି କରି ଆସୁଥିଲେ । ଯାହାକି ଏବେ ପୂରଣ ହେବାକୁ ଯାଉଛି । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସବୁର ନବୀକରଣ କରା ଯାଉଛି । ତାଳଚେର ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ତାଳଚେର ସହରର ଜଗନ୍ନାଥ ମନ୍ଦିରଠାରୁ ରାଜବାଟୀ ଦେଇ ଅର୍ଜୁନକଟା ପର୍ଯ୍ୟନ୍ତ ହେରିଟେଜ କରିଡର କାର୍ଯ୍ୟ ଜୋରସୋରରେ ଚାଲିଛି । ତାଳଚେର ରାଜପ୍ରସାଦକୁ ମରାମତି ସହ ସୁନେଲି ଓ ଧଳା ରଙ୍ଗରେ ସଜେଇବା ସହ ରାଜପ୍ରସାଦର ମୁଖ୍ୟ ସିଂହଦ୍ବାର , ରାଜବାଟୀର ପ୍ରବେଶପଥ ଏବଂ ରାଜପ୍ରସାଦର ସମ୍ମୁଖ ଭାଗକୁ ସୌନ୍ଦର୍ଯ୍ୟକରଣ କରାଯାଇଥିବାରୁ ଦର୍ଶକ ଏବଂ ପର୍ଯ୍ୟଟକଙ୍କୁ ଏହା ବେଶ ଆକୃଷ୍ଟ କରିବ । ତାଳଚେର ରାଜପ୍ରସାଦର ମୁଖ୍ୟ ସିଂହଦ୍ଵାର ଓଡ଼ିଶାରେ ଥିବା ବିଭିନ୍ନ ରାଜପ୍ରସାଦଠାରୁ ଏହାର କାରିଗରୀ କୌଶଳ ଭିନ୍ନ ଓ ଅନନ୍ୟ । ଏହାର ମରାମତି ଏବଂ ରାଜବାଟୀ ସମ୍ମୁଖ ଭାଗକୁ ଭିନ୍ନ ରୁଚିରେ ନିର୍ମାଣ କରାଯାଇଥିବା ଯୋଗୁଁ ଦର୍ଶକଙ୍କ ପାଇଁ ସେଲ୍ଫି ପଏଣ୍ଟ ସାଜିଛି । ରଙ୍ଗବେରଙ୍ଗର ଆଲୋକୀକରଣ କରାଯାଇଥିବା ଯୋଗୁଁ ରାଜବାଟୀ ସମ୍ମୁଖ ଭାଗଟି ଅତ୍ୟନ୍ତ ଚିତାକର୍ଷକ ହୋଇଛି । ସେହିପରି ହାୱାମହଲଠାରୁ ରାଜବାଟୀ ସମ୍ମୁଖ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସେହି ସ୍ଥାନଟିକୁ ଦର୍ଶକମାନଙ୍କ ଲାଗି ସୁବ୍ୟବସ୍ଥା କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଏହି ପୁରାତନ ଓ ଐତିହ୍ୟ ସମ୍ପନ୍ନ ତାଳଚେର ରାଜପ୍ରସାଦର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିବାରୁ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଇଛି । Advertisement
ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା – ୬୦ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ସାମିଲ ଅନୁଗୋଳ – ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବହୁ ଧୁମଧାମରେ ପାଳନ ହୋଇଛି । ପୂର୍ବାହ୍ନ ୯ଟାରେ ପହଣ୍ଡିରେ ତିନି ଦିଅଁଙ୍କୁ ରଥାରୂଢ଼…
ଅନୁଗୁଳ ଜିଲ୍ଲାର ପୁଅ : ସ୍ଵିଡେନ କଳା ବିଭାଗର ପରାମର୍ଶଦାତା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ପି.କେ. ମହାନନ୍ଦିଆ । ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା…
ଅନୁଗୁଳ ପ୍ରଶାସନିକ ଅଧିକାରୀଙ୍କ ଗଞ୍ଜାମ ପ୍ରୀତି ଅନୁଗୁଳ: ଅନୁଗୁଳ ପ୍ରଶାସନିକ ଅଧିକାରୀଙ୍କ ଗଞ୍ଜାମ ପ୍ରୀତି ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନ…