ଭଲ ଖବରମୁଖ୍ୟ ଖବର ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି Angul OnlineJuly 31, 2023July 31, 2023 ଅନୁଗୋଳ – ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା ଦିକାକର ସାହୁ ରାଉରକେଲାରେ ବ୍ଯବସାୟ କରୁଥିବା ବେଳେ ମା ସୁଜାତା ରାଣି ପାଣିଗ୍ରାହି ଏକ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି । ତାଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ଯେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ସେ ପ୍ରତିପାଦିତ କରିଛନ୍ତି। ପ୍ରଥମରୁ କଲେଜ୍ ଯାଏଁ ସେ ସରକାରୀ ସ୍କୁଲରେ ପାଠ ପଢ଼ିଛନ୍ତି । ତାଙ୍କର ଏହି ସଫଳତା ପରେ ଘରେ ଖୁସିର ଲହରୀ ଖେଳିଯାଇଛି । ଆଶାଜ୍ୟୋତି ଦଶମ ପଢ଼ୁଥିବା ବେଳେ ସ୍କୁଲରେ ଏକ କାର୍ଯ୍ଯକ୍ରମରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେତେବେଳେ ସେ ଆଶାଜ୍ୟୋତିଙ୍କୁ ପ୍ରେରଣା ଦେଇଥିଲେ । ଏହା ସହ ତାଙ୍କ ପରିବାର ପୁରା ସପୋର୍ଟ ଦେଇଥିଲେ । ଯାହା ଫଳରେ ସେ ଆଜି ଏହି ସଫଳତା ପାଇ ପାରିଛନ୍ତି ବୋଲି କହିଛନ୍ତି । ଏଥିପାଇଁ ସେ ଯେତେବେଳେ ସମୟ ପାଉଥିଲେ ପଢୁଥିଲେ । ଦିନକୁ ପ୍ରାୟ ୧୦ ଘଣ୍ଟା ସମୟ ଦେଉଥିଲେ । ପ୍ରଥମ ଚେଷ୍ଟାରେ ସେ ବିଫଳ ହୋଇଥିଲେ । ଆଉ ଦ୍ଵିତୀୟ ଥର ଓଏଏସରେ ସଫଳତା ହାସଲ କରିଛନ୍ତି । Advertisement
ଅନୁଗୁଳ ପୁଲିସର ସୁକେଶ ପାଇବେ ରାଜ୍ୟପାଳ ପଦକ ଭୁବନେଶ୍ୱର – ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ । ବର୍ଷ ୨୦୨୧ ପାଇଁ ୪…
ଡାକ୍ତରଙ୍କ ବଦାନ୍ୟତା – ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ଦାନକଲେ ୫ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣାଶୁଣା ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ଦାଶ । ରୋଗୀ ଚିକିତ୍ସା ହେଉ ଅବା ରୋଗୀଙ୍କ…
ଆଠମଲ୍ଲିକରେ ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସହରରେ ନିର୍ମାଣ ହେବ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ । ଏଥିପାଇଁ ସରକାରଙ୍କ ମଞ୍ଜୁରୀ ମିଳିଛି । ବସଷ୍ଟାଣ୍ଡ ନିର୍ମାଣରେ ପ୍ରାୟ…