ଅନୁଗୁଳ – ନିର୍ବାଚନ ତାରିଖ ଘୋଷଣା ପରଠାରୁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ରାଜନୈତିକ ଶିବିର । ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଓ ମନ୍ତ୍ରଣା ଚାଲିଥିଲା , ସେଥିରେ ମଧ୍ୟ ପୂର୍ଣ୍ଣଛେଦ ପଡିଛି । ଏ ସବୁ ପରେ ଆଜି ବିଜେପି ତାର ଲୋକସଭା ପାଇଁ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିବା ବେଳେ ଢେଙ୍କାନାଳରୁ ପୁଣି ଥରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କ ଉପରେ ଦଳ ଭରସା କରିଛି । ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି । ସମ୍ବଲପୁର ସାଂସଦ କ୍ଷେତ୍ରର ବିଭିନ୍ନ ବିଧାନସଭା ଅଞ୍ଚଳରେ ପୂର୍ବରୁ ବିଜେପିର ଗଡ ହୋଇଥିବାରୁ ଧର୍ମେନ୍ଦ୍ରଙ୍କ ଜିତିବା ପାଇଁ ସମ୍ବଲପୁର କ୍ଷେତ୍ର ବେଶ ଭଲ ରହିବ ବୋଲି ଆଶା ପ୍ରକଟ କରାଯାଉଛି ।
What’s your Reaction?
+1
+1
+1
+1
+1
1
+1
+1