ସମସ୍ୟା ୧୪ ଦିନରେ ଗଣଧାରଣା – ପଦଯାତ୍ରା ମାଧ୍ଯମରେ ଲୋକଙ୍କୁ କଲେ ଜାଗରଣ Angul OnlineJanuary 30, 2024January 30, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଡକେରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଅନୁଗୁଳ ସହର ଭିତର ଦେଇ ଯାଇଥିବା ଏହି ରାଜରାସ୍ତା ଖାଲଖମାରେ ଭରି ରହିଛି । ଯାହାର ମରାମତି କରୁ ନାହିଁ ଜାତୀୟ ରାଜପଥ ବିଭାଗ । ଫଳରେ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ଓ ଅନୁଗୁଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜପଥର ଅବସ୍ଥା ଖରାପ ଯୋଗୁଁ ଦୈନଦିନ ଦୁର୍ଘଟଣା ଘଟି ସାଧାରଣ ଲୋକ ମୃତାହତ ହେଉଛନ୍ତି । ସେହିପରି ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ହେବାପରେ ମଧ୍ୟ ତାହା ପରବର୍ତ୍ତୀ ମୂହୁର୍ତ୍ତରେ ପ୍ରତ୍ୟାହୃତ କରାଯିବା ଅନୁଗୁଳ ବାସୀଙ୍କୁ ଧୋକା ଦିଆଯାଇଛି ।ଏହାର ପ୍ରତିବାଦରେ ଅନୁଗୁଳ ସଚେତନ ନାଗରିକ ମାନେ ଗତ ୧୭ ତାରିଖରୁ ଗଣଧାରଣାରେ ବସିଛନ୍ତି । ୧୪ ଦିନ ଧାରଣା ପହଁଞ୍ଚିଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର,ଜାତୀୟ ରାଜପଥ ବିଭାଗ କି ପ୍ରଶାସନ କର୍ଣ୍ଣପାତ କରୁ ନାହିଁ । ଏଥିପାଇଁ ଆଜି ସଚେତନ ନାଗରିକଙ୍କ ତରଫରୁ ଏକ ପଦଯାତ୍ରା କରାଯାଇଥିଲା । ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେବା ସହ ଅନୁଗୁଳ ସହର ପରିକ୍ରମା କରି ଆନ୍ଦୋଳନକାରୀ ମାନେ ଲୋକଙ୍କୁ ସଚେତନ କରାଇବାକୁ ପ୍ରଚେଷ୍ଟା କରି ପୁଣି ଧାରଣାସ୍ଥଳକୁ ପହଞ୍ଚିଥିଲେ । ଆନ୍ଦୋଳନକାରୀଙ୍କ କହିବା କଥା ଯେତେଦିନ ପର୍ଯ୍ୟନ୍ତ ଏହି ରାଜପଥ ସମସ୍ୟାର ସମାଧାନ ଓ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରାଯାଇନାହିଁ ସେ ପର୍ଯ୍ୟନ୍ତ ଭିନ୍ନଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରହିବ । ଦରକାର ପଡ଼ିଲେ ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରାଯିବ ବୋଲିି ଧାରଣାକାରୀ ଚେତାବନୀ ଦେଇଛନ୍ତି । Advertisement
ଜଙ୍ଗଲ ବିଭାଗ ଭୂଲ୍ ତଥ୍ୟ ଦେଉଥିବା ଅଭିଯୋଗ – ଆଇନର ଆଶ୍ରୟ ନେବେ ଗ୍ରାମବାସୀ ଅନୁଗୋଳ – ଜଙ୍ଗଲ ସୁରକ୍ଷା ଓ ପରିଚାଳନା ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀଙ୍କୁ ନିୟୋଜିତ କରାଯାଉଅଛି । ଗ୍ରାମବାସୀ ସାମୂହିକ ଭାବେ ପାରମ୍ପରିକ ଜ୍ଞାନ କୈାଶଳ ସହିତ…
ଆରଡବ୍ଲୁଏସଏସ ଦ୍ୱାରା କୋଟି କୋଟି ଟଙ୍କାର ଦୁର୍ନୀତି – କଂଗ୍ରେସ ତାଳଚେର – ତାଳଚେର କଂଗ୍ରେସ ପକ୍ଷରୁ ଆରଡବ୍ଲୁଏସଏସ ଦ୍ୱାରା ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରାଯାଇଛି…
ସଂପୂର୍ଣ୍ଣ ବନ୍ଦ ହେଲା ଟିଟିପିଏସ – ନୂଆ ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ତାଳଚେର – ଯେଉଁଠାରୁ ରାଜ୍ୟ ତଥା ରାଜ୍ୟ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ଠପ ହୋଇ ଯାଇଛି । ମାର୍ଚ୍ଚ ୩୧…