ଅନୁଗୁଳ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହା ସହ ବିଭିନ୍ନ ପ୍ରକଳାପରେ ଶିଳାନ୍ୟାସ ଓ ଭିତ୍ତି ପ୍ରସ୍ତର ସ୍ଥାପନ ସ୍ଥାପନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ବେଳେ ଅନୁଗୁଳ ଜିଲ୍ଲା ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ କରା ଯାଇଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେପି ଓ କଂଗ୍ରେସ କର୍ମୀମାନେ ଅନୁଗୁଳର ବିଭନ୍ନ ସ୍ଥାନରେ କଳା ପତକା ଦେଖାଇବା ସହ ବିରୋଧ ପ୍ରଦର୍ଶନ କରିଥିଲେ । କଂଗ୍ରେସ ନେତା ବିପ୍ଲବ ଜେନା , ଜିତେନ୍ଦ୍ର ସାହୁ , ସୁଦୀପ ମିଶ୍ର , ସବିତା ଧୀରଙ୍କ ସମେତ ଶତାଧିକ କର୍ମୀ କଳା ପତାକା ଦେଖାଇ ବିରୋଧ କରିଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା । ସେହିଭଳି ବିଜେପି ନେତା ପ୍ରତାପ ପ୍ରଧାନ୍ନ୍କ ସମେତ ଅନେକ କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ । ଉଭୟ କର୍ମୀ ମାନଙ୍କ ସହ ବିଜେଡ଼ି କର୍ମୀ ମାନଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ପୁଲିସ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଏଥିପାଇଁ ଅଟକ ରଖିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିରୋଧର ସ୍ଵର ଦେଖିବାକୁ ମିଳିବା ପରେ ପୁଲିସ ସଜାଗ ଥିଲା । ବିଭିନ୍ନ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଗତକାଲି (ଶୁକ୍ରବାର) ଠାରୁ ଘରୁ ଉଠାଇ ଆଣି ଅଟକ ରଖିଥିଲା । ତେବେ ଏହା ସତ୍ବେ ଏତେ ସଂଖ୍ଯାରେ ବିଜେପି ଓ କଂଗ୍ରେସ କର୍ମୀ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କିଭଳି କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପୁଲିସ ଦାୟିତ୍ଵ ଓ ଇଣ୍ଟେଲିଜେନ୍ସ ବିଫଳ ହୋଇଥିବା ବୁଦ୍ଧିଜୀବୀ ମତ ଦେଇଛନ୍ତି ।
What’s your Reaction?
+1
3
+1
+1
+1
2
+1
7
+1
2
+1
1