ଭକ୍ତ ବିନା ପୂଜା ପାଇବେ ମା’ ଅଗ୍ନିସ୍ଵରୂପା ହିଙ୍ଗୁଳା

ତାଳଚେର – ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛି ସୂଚନା ଅନୁସାରେ ଆସନ୍ତା ୨୫ ତାରିଖରୁ ମା‘ଙ୍କ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ତେବେ ଚଳିତ ବର୍ଷ ପୁଣି କରୋନା ଦ୍ଵିତୀୟ ଲହରି ଏବଂ ବର୍ତ୍ତମାନର ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପରମ୍ପରାକୁ ସମ୍ମାନ ଜଣାଇ ମା‘ଙ୍କ ପୂଜା ପାରମ୍ପରିକ ନୀତିନିୟମ ଅନୁସାରେ ହେବ  ଜନ ସମାଗମ ହେଲେ କ୍ରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆ ଯାଇଥିବା ବେଳେ ପାରମ୍ପରିକ ମୁଣ୍ଡନ ଓ ଅନ୍ୟାନ୍ୟ କାର୍ଯ୍ୟକୁ ମଧ୍ୟ ବାତିଲ କରା ଯାଇଛି ତେବେ ଚଳିତ ବର୍ଷ ମା‘ ହିଙ୍ଗୁଳାଙ୍କ ମନ୍ଦିର ସମ୍ମୁଖ , ଅନୁଗୁଳ ବାସଷ୍ଟାଣ୍ଡ , ତାଳଚେର ପୌରପାଳିକା ସମ୍ମୁଖ ଶନି ମନ୍ଦିର ପାର୍ଶ୍ଵ , ସାଉଥ ବଲଣ୍ଡା ବାସଷ୍ଟାଣ୍ଡ , କୋଶଳା ଓ ସାମଲ ବ୍ୟାରେଜ ନିକଟ ଭଳି ୬ ଟି ଜନାଦୃତ ଓ ଗମନାଗମନ ସୁବିଧା ସ୍ଥାନରେ ମା’ଙ୍କ ଅସ୍ଥାୟୀ ଭୋଗ ହୁଣ୍ଡି ସ୍ଥାପନ କରାଯିବ । ସେହି ହୁଣ୍ଡିରୁ ପ୍ରତିଦିନ ୪ ଚକିଆ ଯାନ ମାଧ୍ୟମରେ ଏହି ଭୋଗ ମା‘ଙ୍କ ପାଖରେ ପହଞ୍ଚାଇ ଅର୍ପଣ କରାଯିବ । ଆଜିର ଏହି ବୈଠକରେ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପ-ଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁ ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକ ବ୍ରଜ କିଶୋର ପ୍ରଧାନ , ଟ୍ରଷ୍ଟ ବୋର୍ଡର ଅନ୍ୟାନ୍ୟ ସଦସ୍ୟ , ଖଣି ଅଧିକାରୀ ଆଦି ଉପସ୍ଥିତ ଥିଲେ ।

 

Advertisement

Leave a Reply

Your email address will not be published. Required fields are marked *