ମୁଖ୍ୟ ଖବର ବାଣ୍ଟିଲେ ଉଜ୍ୱଳା ଗ୍ଯାସ – ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ Angul OnlineMarch 18, 2024March 18, 2024 ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ଆଚରଣବିଧି ସମୟରେ ସରକାରୀ ସହାୟତା କିମ୍ବା କୌଣସି ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ । ହେଲେ ଅନୁଗୁଳ ଜିଲ୍ଲା ଅନୁଗୁଳ ନିର୍ବାଚନମଣ୍ଡଳୀର ଖଲାରୀ ଗ୍ରାମପଞ୍ଚାୟତରେ ଉଜ୍ଜଳା ଯୋଜନାରେ ଅନ୍ତର୍ଭୂକ୍ତ ଥିବା ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ କରାଯାଇଛି । ଯାହାର ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି । ଅନୁଗୁଳ ଭାଜପା ଯୁବମୋର୍ଚ୍ଚାର ସମ୍ପାଦକ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ବିରୋଧୀଦଳ ପ୍ରଶ୍ନ ଉଠାଇଛନ୍ତି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କିଭଳି ଉଜ୍ଜଳା ଯୋଜନାରେ ଗ୍ୟାସ୍ ବଣ୍ଟାଗଲା ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଅନୁଗୁଳ ଜିଲ୍ଲାର ନିର୍ବାଚନ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଅଭିଯୋଗ କରାଯିବ ବୋଲି ବିରୋଧୀ କହିଛନ୍ତି । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଅନୁଗୁଳ ଉପ-ଜିଲ୍ଲାପାଳ ତଥା ଅନୁଗୁଳ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ବରଣେନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆଚରଣ ବିଧ ଉଲଙ୍ଘନ କରାଯାଇଛି । କୌଣସି ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ଏବେ ପ୍ରଦାନ କରାଯିବ ନାହିଁ । ତେଣୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ କରାଯିବ । ଏହାପରେ ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । Advertisement
ଭାଇରାଲ ଅଡିଓ – ବିଡ଼ିଓ ସ୍ୱରୂପାନନ୍ଦଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ ଭୁବନେଶ୍ଵର – ଆପଣମାନେ ଯୁଦ୍ଧ ଲଢ଼ିବାର ଅଛି । ଅସ୍ତ୍ର ଆମେ ଯୋଗାଉଛୁ । ଆହୁରି ଯୋଗାଇବୁ । ଯାହାର ଜିତି ପାରୁଥିବା ପରି ଇମେଜ୍ ଅଛି,…
ଚତୁର୍ଥୀ ଦିନ ପୁରୁଣା ପ୍ରେମିକ ସହିତ ବିବାହ ପାଇଁ ଜିଦ ଧରିଲେ ନୁଆଁ ବୋହୁ – ହଟହଟା ହେଲେ ଦୁଇ ପରିବାର ତାଳଚେର – ରୋଷଣୀ କରି ବରଯାତ୍ରୀ ଧରି ମନ୍ଦିରରେ ହେଲା ବିବାହ । ହେଲେ ଶାଶୁ ଘରକୁ ନ ଯାଇ ଥାନା କୁ ଗଲେ ନୂଆଁ ବୋହୂ…
ପ୍ରଥମ ଦିନରେ ୫୪୫ ଜଣଙ୍କ ନାମାଙ୍କନ ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ…