ବାଣିଜ୍ୟ ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଭାପତି ଭାବରେ ନବୀନ ଜିନ୍ଦଲଙ୍କ ଦାୟିତ୍ବ ଗ୍ରହଣ Angul OnlineMarch 25, 2024March 25, 2024 ଭୁବନେଶ୍ୱର – ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସର୍ବସମ୍ମତିକ୍ରମେ `ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୪ ମାର୍ଚ୍ଚ ୨୧ରେ ଏଏମ୍ଏନ୍ଏସ୍ ଇଣ୍ଡିଆର ସିଇଓ ତଥା ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ଓମେନଙ୍କ ଠାରୁ ଶ୍ରୀ ଜିନ୍ଦଲ ଆଇଏସ୍ଏର ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି । ଆଇଏସ୍ଏର ପୂର୍ବତନ ସଭାପତି ମାନଙ୍କ ମଧ୍ୟରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ର ସିଏମଡି ଶ୍ରୀ ସଜ୍ଜନ ଜିନ୍ଦଲ ଏବଂ ଟାଟା ଷ୍ଟିଲ୍ ର ଏମ୍ଡି ତଥା ସିଇଓ ଶ୍ରୀ ଟି.ଭି. ନରେନ୍ଦ୍ରନ୍ । ଇସ୍ପାତ, ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଭାରତର ଅଗ୍ରଣୀ ଶିଳ୍ପ ସଂସ୍ଥା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଜଣେ ଜଣାଶୁଣା ଭାରତୀୟ ଶିଳ୍ପପତି ଓ ସମାଜସେବୀ । ପ୍ରତ୍ୟେକ ଭାରତୀୟ ସେମାନଙ୍କ ମୌଳିକ ଅଧିକାର ଭାବରେ ‘ସବୁ ଦିନ ଜାତୀୟ ପତାକା ପ୍ରଦର୍ଶନ କରିବାର ଅଧିକାର’ ହାସଲ ପାଇଁ ତାଙ୍କର ଦଶ ବର୍ଷ ଧରି ଚାଲିଥିବା ସଫଳ ଆଇନଗତ ଲଢ଼େଇ ପାଇଁ ମଧ୍ୟ ସେ ସୁପରିଚିତ । ସେ ଦୁଇ ଥର ଭାରତୀୟ ସଂସଦକୁ ନିର୍ବାଚିତ ହୋଇ ୧୦ ବର୍ଷ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି । Advertisement
କୋଭିଡ଼ ଦ୍ଵିତୀୟ ଲହରିକୁ ପ୍ରତିହତ କରିବା ପାଇଁ ଜେଏସପିଏଲର ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ୬ ମିଲିୟନ ଟନ କ୍ଷମତା ସଂପନ୍ନ ବୃହତ୍ତ ଇସ୍ପାତ କାରଖାନା ପକ୍ଷରୁ…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ସର ଟିଏମଟି ରିବାର୍ ମିଲକୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅତ୍ୟାଧୁନିକ ଟିଏମଟି ରିବାର…
ଅନୁଗୁଳରେ ଆରମ୍ଭ ହେବ ପ୍ରଗତି କ୍ୟାବ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଗତି କ୍ୟାବ ସେବା ଆରମ୍ଭ ହେବାକୁ ଯାଉଛି । କମ୍ ଖର୍ଚ୍ଚ , ସହଜ , ସୁରକ୍ଷିତ ଓ ସରଳ ଯାତାୟାତ…