ମୁଖ୍ୟ ଖବର ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର Angul OnlineJanuary 26, 2024January 26, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୂଷlପlପୁଲି ଗାଁ ର ବାଙ୍କନିଧି ପ୍ରଧାନଙ୍କ ବଗିଚାରେ ଥିବା କୂଅରୁ ଶୁକ୍ରବାର ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି । ସୁଚନା ଅନୁସାରେ ବାଙ୍କନିଧି ଆଜି ସକାଳେ ବଗିଚାକୁ କାମ କରିବାକୁ ଯାଇଥିବା ବେଳେ କୁଅ ଭିତରେ ଏକ ଅଜଗର ସାପ ବୁଲୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ସର୍ପମିତ୍ର ଆଦିତ୍ୟ ବେହେରା ଓ ସାଥୀ ବିଜୁ ଭୋଇଙ୍କୁ ଖବର ଦେଇଥିଲେ ।ସର୍ପମିତ୍ର ଆଦିତ୍ୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ କୂଅ ଭିତରୁ ସାପକୁ ଉଦ୍ଧାର କରିଥିଲେ । ପରେ ସାପକୁ ସୁରକ୍ଷିତ ଭାବେ ଫରେଷ୍ଟର ଗତିକୃଷ୍ଣ ବେହେରାଙ୍କ ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିଲl । Advertisement
ଟ୍ରକ ଧକ୍କାରେ ଦୁଇ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପଵିତ୍ରମୋହନ ଛକ ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହି ମୃତ । ମୃତକ ମଧ୍ୟରୁ ଜଣେ…
ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବିରେ ବିଶାଳ ଚାଷୀ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲାର ୯୨ଟି ରାଜସ୍ୱ ଗ୍ରାମକୁ ଦଖଲ ପ୍ରଦାନ କରିନଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ…
ମରଣାତ୍ମକ ଆକ୍ରମଣର ପ୍ରତିବାଦ – ଥାନାରେ ପକାଇଦେଲେ ତାଲା ଅନୁଗୁଳ – ଅନୁଗୁଳ ସଦର ମହକୁମାରେ ଗତ ସୋମବାର ବିଜୁ ଜନତା ଦଳର ତୈଳଦର ବୃଦ୍ଧି ପ୍ରତିବାଦରେ ଚାଲିଥିବା ଶୋଭାଯାତ୍ରାରେ ସ୍ଥାନୀୟ ରାଧାରମଣପଡ଼ା ଅଞ୍ଚଳର ବନିତା ସାହୁ…