ସ୍ୱାସ୍ଥ୍ୟ ୧୦ ବିଶେଷଜ୍ଞ ଡାକ୍ତରଙ୍କ ଯୋଗଦାନ Angul OnlineJune 20, 2021June 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ରାଜ୍ୟ ସରକାର ଆଉ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଥିବା ବେଳେ ଦୁଇ ୨ ଜଣ ଭେଷଜ , ୨ ଜଣ ଶଲ୍ୟ ବିଶେଷଜ୍ଞ , ଜଣେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ , ଜଣେ ଚକ୍ଷୁ ରୋଗ ବିଶେଷଜ୍ଞ , ଜଣେ ଅସ୍ଥିଶଲ୍ୟ , ଜଣେ ଶିଶୁରୋଗ ଓ ଜଣେ ଦନ୍ତରୋଗ ବିଶେଷଜ୍ଞ ରହିଛନ୍ତି । ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ରଞ୍ଜନ କୁମାର ସାହୁଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି । ସେହିପରି ଭେଷଜ ବିଶେଷଜ୍ଞ ଡାକ୍ତର ନିତା ବାଗ୍ଚିଙ୍କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନା, ଭେଷଜ ବିଶେଷଜ୍ଞ ଡାକ୍ତର ଟି ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନା, ଶଲ୍ୟ ବିଶେଷଜ୍ଞ ଡାକ୍ତର ବନମାଳି ନାୟକଙ୍କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନା, ଶଲ୍ୟ ବିଶେଷଜ୍ଞ ଡାକ୍ତର ମହିତୋଷ ପାଣିଙ୍କୁ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନା, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ରତି ରଞ୍ଜନ ମହନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର କୁମାର ସିଦ୍ଧାର୍ଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କୃତିବାସ ସୁବୁଦ୍ଧିଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନା, ଶିଶୁରୋଗ ବିଶେଷଜ୍ଞ ଭରତ ଏନ୍ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଅଭିଜିତ୍ ପଣ୍ଡାଙ୍କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । Advertisement
ଏ ଚ ଆଇ ଭି ପୀଡ଼ିତଙ୍କ ସେବା ପାଇଁ ମେଡ଼ିକ୍ସ ପ୍ରତିଶୃତି ବଦ୍ଧ ଅନୁଗୁଳ – ଅନୁଗୁଳୁ ଜିଲ୍ଲାରେ ଏଚ୍ ଆଇ ଭି ର ପ୍ରକୋପ ଦିନକୁ ଦିନ ବଢ଼ୁଥିବା ବେଳେ ମେଡ଼ିକ୍ ପକ୍ଷରୁ ଓସାକ୍ସ ସହାୟତାରେ ଏହାର ନିୟନ୍ତ୍ରଣ ପାଇଁ…
ଟିକାକରଣରେ ୨୧ ତମ ସ୍ଥାନରେ ଅନୁଗୁଳ ଅନୁଗୁଳ – ଗୋଟିଏ ପଟେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଟିକାକରଣ ଅଭିଯାନ ନୈରାଶ୍ୟଜନକ ରହୁଛି । ରାଜ୍ୟରେ ୩୦ଟି…
ପଞ୍ଚବଟି ଓରଥୋ କେୟାର ତରଫରୁ ହେଲଥ କ୍ୟାମ୍ପ ଅନୁଷ୍ଠିତ ଛେଣ୍ଡିପଦା – ଆଜି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପଞ୍ଚବଟି ହେଲଥ କ୍ଲିନିକ ଏବଂ ଲାବ ତରଫରୁ ଟାଙ୍ଗିରୀ ପଞ୍ଚାଯତ ସରପଞ୍ଚ ଅମରେଶ ନାଥଙ୍କ ଅନୁରୋଧରେ ବାରମଞ୍ଚା…