ମୁଖ୍ୟ ଖବର ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ କାରାଦଣ୍ଡ Angul OnlineAugust 6, 2023August 6, 2023 ଅନୁଗୁଳ – ଅନୁଗୁଳ ଫାଷ୍ଟ ଟ୍ରାକ୍ କୋର୍ଟରେ ଶନିବାର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲାର ଜଣେ ନାବାଳିକା ୨୦୧୬ ମସିହାରେ ପାଲଲହଡ଼ାର ଏକ ମହାବିଦ୍ୟାଳୟରେ ଯୁକ୍ତ ୨ର ୨ୟ ବର୍ଷର ଛାତ୍ରୀ ଭାବେ ମାମୁଁ ଘରେ ରହି ପାଠ ପଢ଼ୁଥିଲେ । ୨୦୧୬ ଡିସେମ୍ବର ୧୫ ତାରିଖ ଅପରାହ୍ନରେ ମହାବିଦ୍ୟାଳୟରୁ ଛାତ୍ରୀ ମାମୁଁ ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା । ପରିବାର ଲୋକେ ଘରକୁ ଝିଅ ନ ଫେରିବାରୁ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରି ନାବାଳିକାଙ୍କୁ ଖୋଜି ଉଦ୍ଧାର କରିଥିଲା । ନାବାଳିକା ପୁଲିସ ଆଗରେ , ଅପହର୍ତ୍ତା ଧିର ଓରଫ ପ୍ରଫୁଲ ନାଏକ(୨୬) ତାଙ୍କୁ ଅପହରଣକରି ବାରମ୍ବାର ଦୁଷ୍କର୍ମ କରିଥିବା ପ୍ରକାଶ କରିଥିଲେ । ପୁଲିସ ପ୍ରଫୁଲଙ୍କୁ ଗିରଫ କରି ଦଫା ୩୬୩, ୩୬୬, ୩୭୬(୨)(ଏନ୍)ରେ କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାରକରି ସାକ୍ଷୀଙ୍କ ବୟାନ ଓ ଦଲିଲକୁ ଆଧାରକରି ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ ଧିର ଓରଫ ପ୍ରଫୁଲ ନାଏକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଶାନ୍ତ ମିଶ୍ର ମାମଲା ପରିଚାଳନା କରିଥିଲେ । Advertisement
ନାନୀ-ଭଉଣୀ ଉପରେ ଚଢିଗଲା ହାଇୱା – ଜଣେ ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଗଦିପୁର ଗ୍ରାମ ନିକଟରେ ସ୍କୁଟିରେ ଯାଉଥିବା ନାନୀ-ଭଉଣୀଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ…
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…
ବସ ପଛରେ ବାଡେଇ ହୋଇ ଦୁଇ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ଖେମଳା ନିକଟରେ…