୧୨ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା – ଅଭିଯୁକ୍ତ ଗିରଫ

କଣିହାଁ – ଅନୁଗୁଳ ଜିଲ୍ଲା ଏନଟିପିସି ଥାନା ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ବିଜିଗୋଳ ଗାଁର ଆଶିଷ ନାଏକ ବୋଲି ଜଣା ପଡ଼ିଛି । ଆଶିଷକୁ ପୁଲିସ ଗିରଫ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଥିବା ଅନୁଗୁଳ ଏସପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଜଣେ ୧୨ ବର୍ଷର ନାବାଳିକା ଗତକାଲି ନିଖୋଜ ହୋଇ ଯାଇଥିଲେ । ପରିବାର ପକ୍ଷରୁ ଗତକାଲି ଝିଅ ନିଖୋଜ ଥିବା ନେଇ ଏନଟିପିସି ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ସକାଳେ ନାବାଳିକାର ମୃତ ଦେହ ଗାଁ ମୁଣ୍ଡ ଏକ ବୁଦା ମୂଳରୁ ମିଳିଥିଲା । ଏହା ଜଣା ପଡିବା ପରେ ପରିବାର ଲୋକେ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୁଲିସ ଏକ ସ୍ପେଶାଲ କେସ ଫାଇଲ କରି ବିଭିନ୍ନ ଟିମ୍ ଗଠନ କରି ତଦନ୍ତ କରିଥିଲେ । ଏପରିକି ଅନୁଗୁଳ ଏସ ପି ରାହୁଲ ଜୈନ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରିଥିଲେ । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲା । ତେବେ ସ୍ଥାନୀୟ ଲୋକ ଓ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ସନ୍ଦେହରେ ବିଜିଗୋଳ ଗାଁର ଆଶିଷ ନାଏକକୁ ଆଣି ପଚରାଉଚରା କରିଥିଲା । ଆଉ ଆଶିଷ ନିଜ ଦୋଷ ସ୍ୱୀକାର କରିଥିବା ଏସ ପି ରାହୁଲ ଜୈନ ସୂଚନା ଦେଇଛନ୍ତି । ଏହା ଆଗାମୀ ଦିନରେ କିପରି ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିବ ସେ ନେଇ ପୁଲିସ ତତ୍ପର ହେବା ସହ ଫାଷ୍ଟଟ୍ରାକ କୋର୍ଟରେ ପିଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଚେଷ୍ଠା କରାଯିବ ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page