ମନୋରଞ୍ଜନ ଲକ୍ଷ୍ମୀ ପୂଜାରେ ୧୮ ପ୍ଲାଟୁନ୍ ଫୋର୍ସ ସଜାଗ ରହିବେ Angul OnlineOctober 27, 2023October 27, 2023 ଅନୁଗୁଳ – ଗଜଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ସହର ସଜେଇ ହେଲାଣି । ଚଳିତ ବର୍ଷ ସହରର ୩୬ ଟି ମଣ୍ଡପରେ ପୁଜା ପାଇବେ ମା ଧନଦାତ୍ରୀ । ଏଥିପାଇଁ ସବୁ ପୁଜା ମଣ୍ଡପର କର୍ମକର୍ତ୍ତା ମାନେ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି । ସେପଟେ ପୁଲିସ ପ୍ରଶାସନ ମଧ୍ଯ ଅନୁଗୁଳର ଏହି ଗଣପର୍ବ ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପୁଲିସ ବନ୍ଦୋବସ୍ତ କରିଛି। ଚଳିତ ବର୍ଷ ପୂଜାକୁ ପରିଚାଳନା, ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ଓ ଭିଡ଼ ପରିଚାଳନା ପାଇଁ ସମୁଦାୟ ୧୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଜଣା ପଡିଛି । ଏଥିରେ ୩ ଜଣ ଅତିରିକ୍ତ ଏସ୍ପି ପାହ୍ୟାର ଅଧିକାରୀଙ୍କ ନେତୃତ୍ ନେଉଥିବା ବେଳେ ୪ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର, ୨୯ ଜଣ ସବ୍ ଇନ୍ସପେକ୍ଟର, ୬୦ ଜଣ ଏଏସ୍ଆଇ ପୂଜା ପାଇଁ କାମ କରିବେ । ସେହିପରି ୧୫ ଜଣ ଟ୍ରାଫିକ କନେଷ୍ଟବଳ ଓ ୧୭୨ ଜଣ ହୋମ୍ଗାର୍ଡଙ୍କୁ ମୁତୟନ କରାଯିବ । ଏମାନେ ବିଭିନ୍ନ ପୂଜା ମଣ୍ଡପ ସହ ଛକ ଗୁଡ଼ିକରେ ରହିବେ । ପାଟ୍ରୋଲିଂ ପାଇଁ ସ୍ବତନ୍ତ୍ର ଭ୍ୟାନ ରହିବ । ସେହିପରି ଅସାଧୁ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । Advertisement
ଅନୁଗୁଳରେ ଅକ୍ଷୟ ଶ୍ରାଦ୍ଧ ସନ୍ଧ୍ୟା ଅନୁଗୁଳ – ଓଡ଼ିଶାର ଜନମାନସରେ ଏକ ପ୍ରଭାବଶାଳୀ ପ୍ରତିଭା ଭାବେ ରହିଆସିଛନ୍ତି ଓଡ଼ିଆ ଗୀତ, ସଙ୍ଗୀତର ଅପ୍ରତିଦ୍ବନ୍ଦ୍ବୀ ଚେହେରା ସ୍ବର୍ଗତଃ ଅକ୍ଷୟ ମହାନ୍ତି। କେବଳ ଗୀତ ଓ…
ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ନୃତ୍ୟ ପରିବେଷଣ କରିବ ଅନୁଗୁଳ ନୃତ୍ୟ ନୀଳୟ ଅନୁଗୁଳ – ଆଗାମୀ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଦେଶର ରାଷ୍ଟ୍ରପତି ଏବଂ ଅନ୍ୟ ଗଣମାନ୍ୟ ଅତିଥୀଙ୍କ ସମ୍ମୁଖରେ ଅନୁଗୁଳର ନୃତ୍ୟ ନୀଳୟର ସଦସ୍ୟ ସଦସ୍ୟା…
ଜାନୁଆରୀ ମାସରେ ଜିଲ୍ଲା ମହୋତ୍ସବ – ଚଳିତ ବର୍ଷ ୫ ଦିନ ହେବ ମହୋତ୍ସବ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୋତ୍ସବ ଏଥର ୫ ଦିନିଆ ହେବ । ଜାନୁଆରୀ ୧୮ ତାରିଖରୁ ଦଶମ ଅନୁଗୁଳ ଜିଲ୍ଲା ମହୋତ୍ସବ ଆରମ୍ଭ ହେବ ।…