ମୁଖ୍ୟ ଖବର ୧୯ ଲକ୍ଷ ୩୮ ହଜାର ଟଙ୍କାର ଲଡୁ – ଲଡୁର ଓଜନ ୩୫ କୁଇଣ୍ଟାଲ Angul OnlineSeptember 17, 2024September 17, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି । ଚଳିତ ବର୍ଷ ୩୫ କୁଇଣ୍ଟାଲ ଓଜନ ବିଶିଷ୍ଟ ଏହି ବିଶାଳକାୟ ଲଡୁକୁ ୧୯ ଲକ୍ଷ ୩୮ ହଜାର ଟଙ୍କାରେ ନିଲାମରେ ନେଇଛନ୍ତି ତାଳଚେର ଟିଏସଏସ ଗ୍ରୁପ । ଆଜି ତାଳଚେର ଗଣପର୍ବ ଗଣେଶ ପୂଜାର ଶେଷ ଦିନରେ ଏହି ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ଟ୍ରକରେ ଏହି ବିଶାଳକାୟ ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା । ପରେ ପରେ ପ୍ରଶାସନ , ତାଳଚେର ବିଧାୟକ ଓ କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତାଙ୍କ ଗହଣରେ ନିଲାମ ଡକାଯାଇଥିଲା । ଶେଷରେ ତାଳଚେରର ଟିଏସଏସ ଗ୍ରୁପ ନିଲାମ ପ୍ରକ୍ରିୟାର ବିଜେତା ହୋଇଥିଲା । ୩ ଲକ୍ଷ ୫୦ ହଜାର ଟଙ୍କାରୁ ନିଲାମ ଡାକ ଆରମ୍ଭ ହୋଇ ୧୯ ଲକ୍ଷ ୩୮ ହଜାର ଟଙ୍କାରେ ଟିଏସଏସ ଗ୍ରୁପ ଏହି ନିଲାମ ଧରିଛି । ନିଲାମ ଡାକରାରେ ମୋଟ ୧୬ ଟି ଦଳ ଭାଗ ନେଇଥିଲେ । ଆସନ୍ତାକାଲି ଅନୁଷ୍ଠିତ ହେବ ତାଳଚେର ଗଣେଶ ପୂଜାର ଭସାଣି ଉତ୍ସବ । ତେବେ ଗତ ବର୍ଷ ଏହି ଲଡୁ ୩୧ କୁଇଣ୍ଟାଲର ହୋଇଥିବା ବେଳେ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ନିଲାମ ନେଇଥିଲା ଲାଲ ବାଗ ରାଜା ଅନୁଷ୍ଠାନ । ହେଲେ ଚଳିତ ବର୍ଷ ରେକର୍ଡ ଓଜନର ଲଡୁ ନିର୍ମାଣ ହୋଇଥିଲେ ମଧ୍ୟ ଗତବର୍ଷ ତୁଳନାରେ କମ ଟଙ୍କାରେ ନିଲାମ ହୋଇଛି । Advertisement
୨୪ ତାରିଖ ୧୨ ଘଣ୍ଟିଆ ପାଲଲହଡା ବନ୍ଦ ପାଲଲହଡା – ଜାତୀୟ ରାଜପଥ ନଂ ୧୪୯ ର ଦୁରବସ୍ଥା ଏବଂ ଜାତୀୟ ରାଜପଥ ନଂ ୪୯ ର ସ୍ଥାନୀୟ ଶିବମନ୍ଦିରକୁ ଅଣ୍ଡରପାସ ରାସ୍ତା ନିର୍ମାଣ ଦାବିରେ…
ନାବାଳିକା ବଳତ୍କାର ଉଦ୍ୟମକାରୀ ବୃଦ୍ଧଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ନାବାଳିକାଙ୍କୁ ବଳତ୍କାର ଉଦ୍ୟମ କରିବା ମାମଲାର ବିଚାରକରି ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜ(ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ) ଜଜ୍ ପି.କେ. ବହିଦାର ଅଭିଯୁକ୍ତଙ୍କୁ ୫…
କଲରାପତରିଆ ବାଘ ଆକ୍ରମଣରେ ଦୁଇଜଣ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍ କୃଷ୍ଣଚକ୍ରଗଡରେ ବାଘ ଆକ୍ରମଣରେ ଦୁଇ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ , କୃଷ୍ଣଚକ୍ରଗଡ ଗ୍ରାମର…