ମୁଖ୍ୟ ଖବର ୧୯ ଲକ୍ଷ ୩୮ ହଜାର ଟଙ୍କାର ଲଡୁ – ଲଡୁର ଓଜନ ୩୫ କୁଇଣ୍ଟାଲ Angul OnlineSeptember 17, 2024September 17, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି । ଚଳିତ ବର୍ଷ ୩୫ କୁଇଣ୍ଟାଲ ଓଜନ ବିଶିଷ୍ଟ ଏହି ବିଶାଳକାୟ ଲଡୁକୁ ୧୯ ଲକ୍ଷ ୩୮ ହଜାର ଟଙ୍କାରେ ନିଲାମରେ ନେଇଛନ୍ତି ତାଳଚେର ଟିଏସଏସ ଗ୍ରୁପ । ଆଜି ତାଳଚେର ଗଣପର୍ବ ଗଣେଶ ପୂଜାର ଶେଷ ଦିନରେ ଏହି ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ଟ୍ରକରେ ଏହି ବିଶାଳକାୟ ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା । ପରେ ପରେ ପ୍ରଶାସନ , ତାଳଚେର ବିଧାୟକ ଓ କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତାଙ୍କ ଗହଣରେ ନିଲାମ ଡକାଯାଇଥିଲା । ଶେଷରେ ତାଳଚେରର ଟିଏସଏସ ଗ୍ରୁପ ନିଲାମ ପ୍ରକ୍ରିୟାର ବିଜେତା ହୋଇଥିଲା । ୩ ଲକ୍ଷ ୫୦ ହଜାର ଟଙ୍କାରୁ ନିଲାମ ଡାକ ଆରମ୍ଭ ହୋଇ ୧୯ ଲକ୍ଷ ୩୮ ହଜାର ଟଙ୍କାରେ ଟିଏସଏସ ଗ୍ରୁପ ଏହି ନିଲାମ ଧରିଛି । ନିଲାମ ଡାକରାରେ ମୋଟ ୧୬ ଟି ଦଳ ଭାଗ ନେଇଥିଲେ । ଆସନ୍ତାକାଲି ଅନୁଷ୍ଠିତ ହେବ ତାଳଚେର ଗଣେଶ ପୂଜାର ଭସାଣି ଉତ୍ସବ । ତେବେ ଗତ ବର୍ଷ ଏହି ଲଡୁ ୩୧ କୁଇଣ୍ଟାଲର ହୋଇଥିବା ବେଳେ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ନିଲାମ ନେଇଥିଲା ଲାଲ ବାଗ ରାଜା ଅନୁଷ୍ଠାନ । ହେଲେ ଚଳିତ ବର୍ଷ ରେକର୍ଡ ଓଜନର ଲଡୁ ନିର୍ମାଣ ହୋଇଥିଲେ ମଧ୍ୟ ଗତବର୍ଷ ତୁଳନାରେ କମ ଟଙ୍କାରେ ନିଲାମ ହୋଇଛି । Advertisement
ଅଶ୍ବିନୀ ପାଇବେ ରାଜ୍ଯପାଳ ପଦକ ଅନୁଗୁଳ – ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜି ସହ ୨୦ ଜଣ ପୁଲିସ କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ଘୋଷଣା…
କେବେ ସରିବ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ? ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର ଭୁବନେଶ୍ବର – କଟକ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ କଟକ, ଢ଼େଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁର ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ…
ବସ ପଛରେ ପିଟି ହେଲା ମୋଟରସାଇକେଲ – ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ୪୯ ନମ୍ବର ଜାତୀୟ ରାଜପଥ ସାମିୟାପାଲି ଛକ ନିକଟରେ ସୋମବାର ଦୁର୍ଘଟଣା ଘଟିଛି । ଆଜି ସକାଳୁ ସାଇନାଥ…