ଅନୁଗୁଳ – ଅବୈଧ ବନ୍ୟଜୀବ ବ୍ୟବସାୟ ବିରୋଧରେ ଓଡ଼ିଶା ପୁଲିସର ସ୍ପେସିଆଲ ଟାସ୍କ ଫୋର୍ସ (STF) ଏକ ସଫଳତା ହାସଲ କରିଛି । ଶୁକ୍ରବାର ଅନୁଗୁଳ ଜିଲ୍ଲାରେ ହାତୀ ଦାନ୍ତ ବିକ୍ରି କରିବାକୁ ଚେଷ୍ଟା କରୁଥିବା ଦୁଇ ଚୋରାଚାଳକଙ୍କୁ ଏସ.ଟି.ଏଫ. ଗିରଫ କରିଛି ।
ସୂଚନା ଆଧାରରେ, ଏସ.ଟି.ଏଫ. ଟିମ ସଞ୍ଚନା ପାଇ ବେପାରୀ ମାନେ ଡିଲ କରୁଥିବା ସମୟରେ ଅଭିଯୁକ୍ତମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ । ସେମାନଙ୍କ ଠାରୁ ପାଞ୍ଚ କିଲୋଗ୍ରାମରୁ ଅଧିକ ଓଜନର ଦୁଇଟି ହାତୀ ଦାନ୍ତ ଜବତ କରାଅ ଯାଇଥିଲା ।
ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ଅଞ୍ଚଳର ଚନ୍ଦନ ମହାପାତ୍ର ଏବଂ ଶରତ ଖଟେଇ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେମାନେ ହାତୀ ଦାନ୍ତକୁ ପ୍ରାୟ ୫ ଲକ୍ଷରେ ବିକ୍ରି କରିବା ଯୋଜନା କରିଥିଲେ।
ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ଏବଂ ହାତୀଦାନ୍ତର କେଉଁଠୁ ଆଣିଥିଲେ ସେ ନେଇ ତଦନ୍ତ କରୁଛି ।

