ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଗାଁରେ ମଙ୍ଗଳବାର ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର ଅରକ୍ଷୀତ ସାହୁ ତାଙ୍କ ପୋଖରୀକୁ ସକାଳେ ଗାଧୋଇବାକୁ ଯାଉଥିଲେ। ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଗୁରୁର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘେଷଣା କରିଥିଲେ। ଏ ନେଇ ଖବର ପାଇବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିଭଳି ଜରପଡ଼ା ଥାନା ଅନ୍ତର୍ଗତ ବିମଳବେଡ଼ା ଗାଁରେ ସୋମବାର ବିଳମ୍ବିତ ରାତିରେ ଏକ ବାଇକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର ଶ୍ରୀକର ସାହୁ ୫୫ ନଂ ଜାତୀୟ ରାଜପଥ କଡ଼ରେ ଚାଲି ଚାଲି ଫେରୁଥିବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫରେ ଶ୍ରୀକର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଅନୁଗୁଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏ ନେଇ ପରିବାର ତରଫରୁ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।


