ମୁଖ୍ୟ ଖବର ୨୦ ଦାଦନ ଶ୍ରମିକ ଉଦ୍ଧାର -ତାମିଲନାଡୁର ଏକ ସୁତାକଳରେ କାମ କରିବାକୁ ଯାଉଥିଲେ ଶ୍ରମିକ Angul OnlineMarch 5, 2021March 5, 2021 ଆଠମଲ୍ଲିକ – ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରୁ ଗତ କାଲି ରାତିରେ ଚଡାଉ କରି ୨୦ ଜଣ ଦାଦନ ଶ୍ରମିକକୁ ପୋଲିସ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରେ ୯ ଜଣ ନାବାଳକ ଥିବା ଜଣା ପଡିଛି । ଏହି ସବୁ ଶ୍ରମିକମାନଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲାର ସରଗିଟାଲ ଗ୍ରାମରେ ବୋଲି ପ୍ରକାଶ କରିଛନ୍ତି । ଏମାନଙ୍କୁ ତାମିଲନାଡୁର ଏକ ସୁତାକଳରେ କାମ କରିବା ପାଇଁ ନିଆଯାଉଥିଲା । ଏହି ଶ୍ରମିକ ମାନଙ୍କୁ ନେବା ପାଇଁ ତାମିଲନାଡୁର ଏକ ବସ(TN57P 3033)ରେ ଦୁଇ ଜଣ ଡ୍ରାଇଭର ଓ ଜଣେ ହେଲ୍ପର ଆସିଥିଲେ । ୨୦ ଦାଦନ ଶ୍ରମିକ ଓ ୩ ଜଣ ବସ ଷ୍ଟାଫଙ୍କୁ ମିଶାଇ ୨୩ ଜଣକୁ ଆଠମଲ୍ଲିକ ପୋଲିସ ଅଟକ ରଖିଛି । ଗତ ରାତି ରେ ଏମାନେ ଆଠମଲ୍ଲିକ ନିକଟ ଏକ ଢ଼ାବାରେ ଅଟକି ଖାଉଥିବା ସମୟରେ ଖବର ପାଇ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଏ ପର୍ଯ୍ୟନ୍ତ ପୁଲିସ ତରଫରୁ ଏହି ଘଟଣା ସମ୍ପର୍କରେ କୌଣସି ସୁଚନା ମିଳି ପାରିନାହିଁ । Advertisement
ଟିକରପଡା ବୁଲିବା ମନା – ଜିଲ୍ଲାପାଳ ଦେଲେ ନିର୍ଦେଶ ଅନୁଗୁଳ – ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୁଳ ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡି…
ଜଣାଶୁଣା ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ପରଲୋକ ଅନୁଗୁଳ – ଅନୁଗୁଳର ଜଣାଶୁଣା ଡ଼ଃ ଲଷ୍ମୀ ଧର ସାହୁ ଙ୍କ ପରଲୋକ ହୋଇଛି । ଆଜି ସନ୍ଧ୍ୟା ସମୟରେ ହୃଦଘାତରେ ତାଙ୍କର ନିଧନ ହୋଇଯାଇଛି ।…
ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଜଣେ ମୃତ ଅନୁଗୋଳ – ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ଟ୍ରେନ ଚକ ତଳେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା…