ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ Angul OnlineOctober 20, 2022October 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଗତ ୪ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗ ମାମଲାର ରାୟ ଗୁରୁବାର ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ପ୍ରକାଶ ପାଇଛି । ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ପିଆର୍ ବହିଦାର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ତଳବାହାଳି ଗ୍ରାମର ସନ୍ତୋଷ ପ୍ରଧାନଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା , ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅନୁସାରେ , ୨୦୧୮ ମସିହା ଡିସେମ୍ବର ୪ ତାରିଖ ଦିନ ଛେଣ୍ଡିପଦା ଥାନା ଅଞ୍ଚଳର ୧୩ ବର୍ଷର ଜଣେ ନାବାଳିକା ପଡୋଶୀ ଗାଁରୁ ଟିଉସନ ସାରି ଘରକୁ ଫେରୁଥିବା ବେଳେ ତା’ର ଭିଣୋଇର ବଡ଼ଭାଇ ଅପହରଣ କରି ନେଇଥିଲା । ପରେ ଏକ ସପ୍ତାହରୁ ଅଧିକ ଦିନ ବିଭିନ୍ନ ସ୍ଥାନରେ ରଖି ବଳତ୍କାର କରିଥିଲା । ନାବାଳିକାଙ୍କ ବାପା ଏନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଟେର ପାଇନଥିଲା । ଅପରପକ୍ଷରେ ଅଭିଯୁକ୍ତ ସନ୍ତୋଷ ନାବାଳିକାକୁ ନେଇ ପ୍ରଥମେ କୁଲାଡ ଗ୍ରାମରେ ରହିଥିଲା । ପରେ ଢେଙ୍କାନାଳ , ଭୁବନେଶ୍ୱରରେ ନେଇ ରହିଥିଲା । ସେଠାରେ ନାବଳିକାକୁ ବହୁବାର ବଳାତ୍କାର କରିଥିଲା । ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ବାହାରେ ରଖିବା ପରେ ଅଭିଯୁକ୍ତ ନାବାଳିକାକୁ ନିଜ ଗାଁ ତଳବାହାଳିରେ ନେଇ ରହିଥିଲା । ଏହା ଜାଣିଲା ପରେ ଅଭିଯୁକ୍ତ ସନ୍ତୋଷର ପତ୍ନୀ ଏନେଇ କୁଣ୍ଢେଇଗୋଳା ଥାନାକୁ ସୂଚନା ଦେଇଥିଲେ । ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ଦେବଗଡ଼ ସିଡବ୍ଲୁସିରେ ହାଜର କରିଥିଲା । ପରେ ନାବାଳିକାଙ୍କ ପରିବାର ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଛେଣ୍ଡିପଦା ଥାନା ପୁଲିସ୍ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି ପୋକସୋ ଆକ୍ଟରେ ବଳତ୍କାର ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟରେ ଚାଲିଥିଲା । ମୋଟ ୨୨ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଅଧାରକରି ବିଚାରପତି ଅଭିଯୁକ୍ତ ସନ୍ତୋଷକୁ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ଏହି ମାମଲାର ପରିଚାଳନା କରିଥିଲେ । Advertisement
ବଡବାପାଙ୍କୁ ହତ୍ୟା କଲା ପୁତୁରା-ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ହଣ୍ଡପା – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବିଲେଇନାଳି ଗ୍ରାମରେ ଜମି ବାଡି ବିବାଦକୁ ନେଇ ବଡ଼ବାପାଙ୍କ ଜୀବନ ନେଲା ପୁତୁରା । ମୃତକ ଜଣଙ୍କ…
ମଦ କାଉଣ୍ଟର ମ୍ୟାନେଜରଙ୍କୁ ହାଣିଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡ଼କେରା ବିଦେଶୀ ମଦ କାଉଣ୍ଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୁତ୍ତ । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଏକ ମୋଟରସାଇକେଲରେ ଦୁଇ ଜଣ…
ବୃଦ୍ଧଙ୍କୁ ପିଟି ମାରି ଦେଇଥିବା ଅଭିଯୋଗ ଅନୁଗୁଳ – ଅନୁଗୁଳ ସଦର ଥାନା ଚନ୍ଦ୍ରାବାହଳ ଗାଁରେ ଏକ ହତ୍ୟାକାଣ୍ଡ ହୋଇ ଯାଇଛି। ସାମାନ୍ୟ କଲହରୁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଜଣେ ଯୁବକ। ମୃତ…