ଖେଳ ଓ ଖେଳାଳି ୧୪ ତାରିଖରୁ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ – ୨୦୨୨ Angul OnlineDecember 13, 2022December 13, 2022 ଅନୁଗୁଳ – ଅନୁଗୁଳରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ – ୨୦୨୨ ଅନୁଷ୍ଠିତ ହେବ । ଏହି ଚମ୍ପିଆନ୍ସିପ ଚଳିତମାସ ୧୪ରୁ ୧୭ ପର୍ଯ୍ୟନ୍ତ ସ୍ଥାନୀୟ ଟେବୁଲ ଟେନିସ୍ ଏକାଡେମୀ ତଥା ଇନ୍ଡୋର ହଲ୍ ( ଅନୁଗୁଳ ଷ୍ଟାଡିୟମ୍ ନିକଟସ୍ଥ ) ରେ ଆୟୋଜନ ହେବ । ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ରାଜ୍ୟର କୋଣ ଅନୁକୋଣରେ ଟେବୁଲ ଟେନିସ ଖେଳର ପ୍ରସାର ଓ ବିକାଶ ପାଇଁ ଉଦ୍ୟମରତ ରହିଛି । ଏଥିପାଇଁ ରାଜ୍ୟ ଚମ୍ପିଆନ୍ସିପ୍କୁ ରାଜ୍ୟର ଶିଳ୍ପ ଓ କ୍ରୀଡ଼ାର ପେଣ୍ଠସ୍ଥଳ ଅନୁଗୁଳରେ ଆୟୋଜନ କରା ଯାଇଛି । ଏହି ଚମ୍ପିଆନ୍ସିପ୍ରେ ୧୪ଟି ଇଭେଣ୍ଟ ବା ବର୍ଗରେ ପ୍ରତିଯୋଗିତା ହେବ । ପୁରୁଷ ଓ ଜୁନିୟର ବାଳକ ବିଭାଗରେ ଦଳଗତ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ସିନିୟର ପୁରୁଷ ଓ ମହିଳା , ୟୁଥ୍ ବାଳକ ଓ ବାଳିକା ( ୧୯ ବର୍ଷରୁ କମ୍ ) , ଜୁନିୟର ବାଳକ ଓ ବାଳିକା ( ୧୭ ବର୍ଷରୁ କମ୍ ) , ସବ୍ଜୁନିୟର ବାଳକ ଓ ବାଳିକା ( ୧୫ ବର୍ଷରୁ କମ୍ ) , କ୍ୟାଡେଟ୍ ବାଳକ ଓ ବାଳିକା ( ୧୩ ବର୍ଷରୁ କମ୍ ) ଏବଂ ହୋପ୍ ବାଳକ ଓ ବାଳିକା ( ୧୧ ବର୍ଷରୁ କମ୍ ) ବର୍ଗରେ ସିଙ୍ଗଲ୍ସ ଚମ୍ପିଆନ୍ସିପ୍ ଅନୁଷ୍ଠିତ ହେବ । ୧୪ ତାରିଖ ( ବୁଧବାର ) ରେ ଉଦ୍ଘାଟନ ଉତ୍ସବ ଏବଂ ୧୭ ତାରିଖ ସନ୍ଧ୍ୟା ୫ଟାରେ ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହେବା ସହ ପୁରସ୍କାର ବିତରଣ କରାଯିବ । ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପାଖାପାଖି ୨୫୦ ପୁରୁଷ , ମହିଳା , ବାଳକ ଓ ବାଳିକା ଖେଳାଳି ଭାଗନେବାର କାର୍ଯ୍ୟକ୍ରମ ରହିଛି । ୨୦ରୁ ଅଧିକ ଜିଲ୍ଲା ଏବଂ ୧୦ରୁ ଅଧିକ ଅନୁଷ୍ଠାନରୁ ଏହି ଖେଳାଳିମାନେ ଆସି ଅନୁଗୁଳରେ ଖେଳିବେ। ସେମାନଙ୍କ ରହଣୀ ଓ ଖାଇବାର ବନ୍ଦୋବସ୍ତ ପ୍ରଶାସନ ପକ୍ଷରୁ କରାଯାଇଛି । ଅନୁଗୁଳ ସହରରେ ୬ଷ୍ଠ ଥର ପାଇଁ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ ଆୟୋଜନ ହେଉଛି । ୨୦୦୪ରେ ଏହି ଟେବୁଲ ଟେନିସ ଏକାଡେମୀ ତଥା ଇନ୍ଡୋର ହଲ ଅନୁଗୁଳ ସହରରେ ଏହି ଲକ୍ଷ୍ୟରେ ନିର୍ମାଣ ଆରମ୍ଭ ହୋଇଥିଲା । ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳର ଟେବୁଲ ଟେନିସ୍ ଏବଂ ଅନ୍ୟ ଇନ୍ଡୋର କ୍ରୀଡ଼ାବିତ୍ ଉପକୃତ ହେବେ । ରାଜ୍ୟ ଟିଟି ଚମ୍ପିଆନ୍ସିପ୍ ଆୟୋଜନରେ ଅନୁଗୁଳ ଜିଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଓ ସହାୟତା କରୁଛି । ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ , ଜିଲ୍ଲା ଖେଳ ଅଧିକାରୀ ଅକ୍ଷୟ ସେଠ ସୂଚନା ଦେଇଛନ୍ତି । Advertisement
କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜେ.ଏସ.ପି.କୁ ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ ଭୁବନେଶ୍ୱର – କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪…
ଅନୁଗୁଳରେ ହେବ ପ୍ରଥମ ରାଜ୍ୟସ୍ତରୀୟ ନିମନ୍ତ୍ରଣ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଅନୁଗୁଳ – ଅନୁଗୁଳର କ୍ରୀଡା ଅନୁଷ୍ଠାନ ବ୍ୟାଡ଼ମିଣ୍ଟନ କ୍ଲବ ଆନୁକୂଲ୍ୟରେ ପ୍ରଥମ ରାଜ୍ୟସ୍ତରୀୟ ନିମନ୍ତ୍ରଣ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଅନୁଗୋଳ ଷ୍ଟାଡିଅମ ପରିସରରେ ଥିବା ବିଜୁ…
ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା – ତନିଷ୍କାଙ୍କ ସଫଳତା ତାଳଚେର – ପଶ୍ଚିମବଙ୍ଗର ଆସାନସୋଲଠାରେ ଚାଲିଥିବା ତିନିଦିନିଆ ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେରର ଝିଅ ତନିଷ୍ଠା ସାମନ୍ତ ସଫଳତା ପାଇ ରାଜ୍ୟବାସୀଙ୍କ ପାଇଁ ସୁନାମ ଆଣିଛନ୍ତି…