ବ୍ରାଉନସୁଗାର ଜବତ – ୩ ମହିଳା ସମେତ ୬ ଗିରଫ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ପଞ୍ଝାରେ ୬ ବ୍ରାଉନ ସୁଗାର ବେପାରୀ । ଶନିବାର ସାପ୍ତାହିକ ହାଟ ଭିତରେ ବ୍ରାଉନସୁଗାର ବିକ୍ରି ପାଇଁ ଗ୍ରାହକ ଅପେକ୍ଷାରେ ରହିଥିବା ବେଳେ ତାଳଚେର ପୁଲିସ ସେମାନଙ୍କୁ ଗିରଫ କରିଥିଲା । ତାଙ୍କ ନିକଟରୁ ୧୩ ଗ୍ରାମ ବ୍ରାଉନସୁଗାର ସହ ୧୦ ହଜାର ଟଙ୍କା ଗୋଟିଏ ମୋଟରସାଇକେଲ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫଙ୍କ ମଧ୍ୟରେ ତିନି ଜଣ ପୁରୁଷ ରହିଥିବା ବେଳେ ତିନି ଜଣ ମହିଳା ରହିଛନ୍ତି ।

ସୂଚନା ଅନୁସାରେ ତାଳଚେର ଶନିବାର ସାପ୍ତାହିକ ହାଟ ଭିତରେ ତିନି ଜଣ ବେପାରୀ ବ୍ରାଉନସୁଗାରର ବିକ୍ରି କରିବା ଉଦ୍ଦେଶ୍ୟରେ ଗ୍ରାହକ ଅପେକ୍ଷାରେ ରହିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ତାଳଚେର ପୁଲିସ ପହଁଚି ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ପରେ ସେମାନଙ୍କୁ ପଚରା ଉଚରା ପରେ ଆଉ ତିନି ଜଣ ମହିଳା ବେପାରୀଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ଧରିବାରେ ସଫଳ ହୋଇଥିଲା । ଗିରଫ ସମସ୍ତ ଅଭିଯୁକ୍ତ ତାଳଚେର ଅଞ୍ଚଳର ହୋଇଥିବା ଜଣା ପଡ଼ିଛି । ତେବେ ଏମାନେ ବିଭିନ୍ନ ଜିଲ୍ଲାରୁ ବ୍ରାଉନସୁଗାର ଆଣି ଏଠାରେ ବିକ୍ରି କରୁଥିଲେ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page