ଅନୁଗୁଳ – ବାହାଘର ଭୋଜି ଖାଇ ୩୦ ରୁ ଅଧିକ ଆସୁସ୍ଥ ହୋଇଥିବା ଜଣା ପଡ଼ିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ କିଛି ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ ଗତ ବୁଧବାର ଦିନ ଅନୁଗୁଳ ଜିଲ୍ଲା ତୁବେ ଗ୍ରାମର ଜଣେ ଢ଼ାବା ମାଲିକଙ୍କ ଝିଅ ବାହାଘର ଭୋଜି ଥିଲା । ଯେଉଁଥିରେ ଗାଁର ପ୍ରାୟ ଲୋକ ଯୋଗ ଦେବା ସହ ବିଭିନ୍ନ ଅଞ୍ଚଳର ଲୋକ ଯୋଗ ଦେଇଥିଲେ । ତେବେ ରାତିରେ ଭୋଜି ଖାଇଥିବା ବେଳେ ଗୁରୁବାର ସକାଳୁ ଅନେକ ଲୋକଙ୍କ ଝାଡା ହେବା ସହ ବାନ୍ତି ହୋଇ ମୁଣ୍ଡ ବୁଲାଇଥିଲା । ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଥିଲା । ଅଧିକ ଅସୁସ୍ଥ ହେବାରୁ ବିଳମ୍ବିତ ରାତିରେ ସବୁ ଡାକ୍ତରଖାନାକୁ ଦୌଡିଥିଲେ । ଏବେ ମଧ୍ୟ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୩ ଜଣରୁ ଅଧିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଅବସ୍ଥା ଏବେ ଭଲ ଥିବା ଜଣା ପଡିଛି । ଅନ୍ୟପଟେ କିଛି ଲୋକ ଅସୁସ୍ଥ ହୋଇ ବିଭିନ୍ନ ଘରୋଇ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି ହୋଇଥିବାର ସୂଚନା ମିଳିଛି ।


