ତାଳଚେର – ସାଇବର ଠକଙ୍କ ପଞ୍ଝାରେ ପଡିଗଲେ ତାଳଚେର ଧରମପୁର ଗାଁର ସୁଶାନ୍ତ ସାହୁ । ଓଟିପି ପଠାଇ ଲୁଟି ନେଲେ ନଗଦ ୪ ଲକ୍ଷ ୩୬ ହଜାର ଟଙ୍କା । ଏ ନେଇ ତାଳଚେର ଥାନା ସହ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ ।

ସୂଚନା ଅନୁସାରେ ଗତକାଲି ସୁଶାନ୍ତଙ୍କ ମୋବାଇଲକୁ ବାରମ୍ବାର ଓଟିପି ଆସିଥିଲା ଏବଂ ତାଙ୍କ ଆକାଉଣ୍ଟରୁ ତିନି ଥରରେ ୪ ଲକ୍ଷ ୩୬ ହଜାର ଟଙ୍କାକୁ ଲୁଟି ନେଇଥିଲେ ସାଇବର ଲୁଟେରା । ପରେ ସୁଶାନ୍ତ ତାଳଚେର ଥାନା ଓ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତାଳଚେର ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ପୂର୍ବରୁ କିଛି ଆପ ତାଙ୍କ ମୋବାଇଲକୁ ଆସିଥିବା ବେଳେ ସେହି ଆପକୁ ସୁଶାନ୍ତ ଖୋଲିଥିବା ବେଳେ ତାଙ୍କ ଆକାଉଣ୍ଟକୁ ହ୍ୟାକ କରି ଓଟିପି ପଠାଇ ସାଇବର ଲୁଟେରାମାନେ ଏଭଳି ଟଙ୍କା ଲୁଟିଥିବା ଅନୁମାନ କରାଯାଉଛି ।


