ଅପରାଧ ଜୁଆ ଆଡାରେ ଚଢାଉ – ଜଣେ ଶିକ୍ଷକଙ୍କ ସମେତ ୫ ଗିରଫ Angul OnlineJuly 13, 2021July 13, 2021 ଛେଣ୍ଡିପଦା –(ANGUL ONLINE)– ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ସୋମବାର ରାତିରେ ଏକ ଜୁଆ ଆଡା ଉପରେ ଛେଣ୍ଡିପଦା ପୁଲିସ ଚଢାଉ କରି ଜଣେ ଶିକ୍ଷକଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମାନେ ହେଲେ ଶିକ୍ଷକ ମଳୟ ପ୍ରଧାନ , କାର୍ତିକେଶ୍ୱର ସାହୁ , ନିଲକମଲ ସାହୁ , ଶଶଧର ସାହୁ ଓ ରଞ୍ଜିତ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଏସଆଇ ଅଜୟ କୁମାର ସାହୁ ପେଟ୍ରୋଲିଂ କରୁଥିବା ବେଳେ ସନ୍ତରାବନ୍ଧ ଗ୍ରାମର ଲକ୍ଷ୍ମି ଠାକୁରାଣୀ ମଣ୍ଡପରେ ଜୁଆ ଆଡା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ । ଏହି ଚଢାଉ ବେଳେ ପୁଲିସକୁ ଦେଖି କିଛି ଜୁଆଡି ଫେରାର ହୋଇଯାଇଥିବା ବେଳେ ୫ ଜଣଙ୍କୁ ଅଟକ ରଖିବା ସହିତ ଘଟଣା ସ୍ଥଳରୁ ପୋଲିସ ଏକ ହିରୋ ଡିଲକ୍ସ ମୋଟର ସାଇକେଲ , ତାସ କାର୍ଡ ଓ ୫ହଜାର ଟଙ୍କା ଜବତ କରିଥିଲା । ଏନେଇ ଛେଣ୍ଡିପଦା ଥାନା ଅଧିକାରୀ ସୁଶାନ୍ତ ସିଂ ଘଟଣାର ତଦନ୍ତ କରିବା ସହିତ ଛେଣ୍ଡିପଦା ଥାନା କେସ ନଂ୩୨୮ରେ ଏକ ମାମାଲା ରୁଜୁ କରି ଶିକ୍ଷକ ମଳୟ ପ୍ରଧାନ ,କାର୍ତିକେଶ୍ୱର ସାହୁ , ନିଲକମଲ ସାହୁ ,ଶଶଧର ସାହୁ ,ରଞ୍ଜିତ ସାହୁଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । Advertisement
ସୌନ୍ଦର୍ଯ୍ୟ ପଛରେ ଥାଉ ପ୍ରଚାର ଆଗ – ସ୍କୁଲ କାନ୍ଥରେ ପ୍ରଚାର ପୋଷ୍ଟର ଅନୁଗୁଳ – ପୌରନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଚାର ଜୋରସୋରରେ କରୁଛନ୍ତି । ଘର…
ଖଣିରୁ ଚୋରି କରିଥିବା ଚାରି ଚୋର ଗିରଫ – ଦାମୀ ମୋଟର ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିର ସାଇଲୋରୁ ୧୨ଟି କନଭେୟାର ମୋଟର ଚୋରି କରିବା ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି…
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…