ଅପରାଧ ଜଙ୍ଗଲରେ ଫୁଟାଇଲେ ଗୁଳି – ୫ ଶିକାରୀ ଅଟକ ୧ଚମ୍ପଟ Angul OnlineJune 6, 2021June 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କୋର ଜଙ୍ଗଲ ରାଇଗୁଡାରେ କିଛି ଶିକାରୀ ଶିକାର ପାଇଁ ଗୁଳି ଫୁଟାଇ ଥିବା ବେଳେ ଗୁଳି ଶବ୍ଦକୁ ଆଧାର କରି ଶିକାରୀଙ୍କୁ କାବୁ କରିବାରେ ବନବିଭାଗ ସଫଳ ହୋଇଛି । ଏହି ଘଟଣାରେ ମୋଟ ୬ ଜଣ ଶିକାରୀ ସମ୍ପୃକ୍ତ ଥିବା ବେଳେ ବନବିଭାଗ ୫ ଜଣକୁ କାବୁ କରି ନେଇଛି । ତେବେ କୌଶଳକ୍ରମେ ଅନ୍ୟ ଜଣେ ଶିକାରୀ ବନ୍ଧୁକ ସହ ଚମ୍ପଟ ମାରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ଶୁକ୍ରବାର ସାତକୋଶିଆ ଅଭୟାରଣ୍ୟର କୋର ଜଙ୍ଗଲ ରାଇଗୁଡା ବନାଞ୍ଚଳକୁ ନୂଆଖେତା ଓ ନୂଆ ରାଇଗୁଡା ଅଞ୍ଚଳର କିଛି ଶିକାରୀ ଶିକାର ଉଦ୍ୟେଶରେ ଯାଇଥିଲେ। ଘଞ୍ଚ ଜଙ୍ଗଲ ଭିତରେ ଜଙ୍ଗଲୀ ଜନ୍ତୁ ମାରିବାକୁ ଉଦ୍ୟମ କରିଥିଲେ । ବନ୍ଧୁକ ସାହାଯ୍ୟରେ ଗୁଳି ଫୁଟାଇ ଶିକାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶିକାର କରିବାରେ ବିଫଳ ହୋଇଥିଲେ । ତେବେ ଗୁଳି ଶବ୍ଦ ଶୁଣି ପେଟ୍ରୋଲିଂ କରୁଥିବା ବନ କର୍ମଚାରୀ ମାନେ ଶିକାରୀଙ୍କୁ ଘେରି ଯାଇଥିଲେ । ଘଟଣା ସ୍ଥଳରେ ୬ ଜଣ ଶିକାରୀ ଥିବା ବେଳେ ଏମାନଙ୍କ ଦଳରୁ ମୁଖ୍ୟ ଅଭିଯୁକ୍ତ ବନ୍ଧୁକ ସହ ଖସି ପଳାଇବାକୁ ସକ୍ଷମ ହୋଇଥିଲା । ଅନ୍ୟ ୫ ଜଣଙ୍କୁ ବନବିଭାଗ ଅଟକ ରଖି ପଚରାଉଚରା କରୁଛି । ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଧରିବାକୁ ବନ ବିଭାଗ ଉଦ୍ୟମ ଯାଇ ରଖିଛି । Advertisement
ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣଙ୍କୁ ଧରିଲା ଅବକାରୀ ବିଭାଗ ଅନୁଗୋଳ – ଅନୁଗୋଳ ଥାନା ବୃନ୍ଦାବନ ହୋଟେଲ ନିକଟରୁ ଆଜି ଏକ ସ୍କୁଟିରେ ୨୧ କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ ଦୁଇ ଜଣଙ୍କୁ ଅବକାରୀ…
ଘର ଭିତରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ କୁମଣ୍ଡ ଗାଁର ଗାଣ୍ଡୁ ପଡ଼ିଆର ଏକ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ମାମି…
ସୌନ୍ଦର୍ଯ୍ୟ ପଛରେ ଥାଉ ପ୍ରଚାର ଆଗ – ସ୍କୁଲ କାନ୍ଥରେ ପ୍ରଚାର ପୋଷ୍ଟର ଅନୁଗୁଳ – ପୌରନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଚାର ଜୋରସୋରରେ କରୁଛନ୍ତି । ଘର…