ଅପରାଧ ଜଙ୍ଗଲରେ ଫୁଟାଇଲେ ଗୁଳି – ୫ ଶିକାରୀ ଅଟକ ୧ଚମ୍ପଟ Angul OnlineJune 6, 2021June 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କୋର ଜଙ୍ଗଲ ରାଇଗୁଡାରେ କିଛି ଶିକାରୀ ଶିକାର ପାଇଁ ଗୁଳି ଫୁଟାଇ ଥିବା ବେଳେ ଗୁଳି ଶବ୍ଦକୁ ଆଧାର କରି ଶିକାରୀଙ୍କୁ କାବୁ କରିବାରେ ବନବିଭାଗ ସଫଳ ହୋଇଛି । ଏହି ଘଟଣାରେ ମୋଟ ୬ ଜଣ ଶିକାରୀ ସମ୍ପୃକ୍ତ ଥିବା ବେଳେ ବନବିଭାଗ ୫ ଜଣକୁ କାବୁ କରି ନେଇଛି । ତେବେ କୌଶଳକ୍ରମେ ଅନ୍ୟ ଜଣେ ଶିକାରୀ ବନ୍ଧୁକ ସହ ଚମ୍ପଟ ମାରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ଶୁକ୍ରବାର ସାତକୋଶିଆ ଅଭୟାରଣ୍ୟର କୋର ଜଙ୍ଗଲ ରାଇଗୁଡା ବନାଞ୍ଚଳକୁ ନୂଆଖେତା ଓ ନୂଆ ରାଇଗୁଡା ଅଞ୍ଚଳର କିଛି ଶିକାରୀ ଶିକାର ଉଦ୍ୟେଶରେ ଯାଇଥିଲେ। ଘଞ୍ଚ ଜଙ୍ଗଲ ଭିତରେ ଜଙ୍ଗଲୀ ଜନ୍ତୁ ମାରିବାକୁ ଉଦ୍ୟମ କରିଥିଲେ । ବନ୍ଧୁକ ସାହାଯ୍ୟରେ ଗୁଳି ଫୁଟାଇ ଶିକାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶିକାର କରିବାରେ ବିଫଳ ହୋଇଥିଲେ । ତେବେ ଗୁଳି ଶବ୍ଦ ଶୁଣି ପେଟ୍ରୋଲିଂ କରୁଥିବା ବନ କର୍ମଚାରୀ ମାନେ ଶିକାରୀଙ୍କୁ ଘେରି ଯାଇଥିଲେ । ଘଟଣା ସ୍ଥଳରେ ୬ ଜଣ ଶିକାରୀ ଥିବା ବେଳେ ଏମାନଙ୍କ ଦଳରୁ ମୁଖ୍ୟ ଅଭିଯୁକ୍ତ ବନ୍ଧୁକ ସହ ଖସି ପଳାଇବାକୁ ସକ୍ଷମ ହୋଇଥିଲା । ଅନ୍ୟ ୫ ଜଣଙ୍କୁ ବନବିଭାଗ ଅଟକ ରଖି ପଚରାଉଚରା କରୁଛି । ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଧରିବାକୁ ବନ ବିଭାଗ ଉଦ୍ୟମ ଯାଇ ରଖିଛି । Advertisement
ଏଟିଏମରୁ ନେଇ ପାରିଲେ ନାହିଁ ଟଙ୍କା – ନେଇଗଲେ ବ୍ୟାଟେରୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ଥିବା ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଚୋରୀ ଉଦ୍ୟମ ହୋଇଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି…
ରାମଚଣ୍ଡୀ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବିଳମ୍ବିତ ରାତିରେ ଟଙ୍କା ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ…
ଦିହେଁ ଦୁହିଁଙ୍କ ଜାଲରେ ଫସିଲେ ସ୍ୱାମୀ- ସ୍ତ୍ରୀ ଓ ବାପ-ପୁଅ ଗିରଫ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗଠାରେ ଥିବା ଏକ ବିଉଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ପୁଲିସ ଗିରଫ କରିଛି…