Uncategorized ଗୋଟିଏ ସ୍ଥାନରୁ ୫୨ ସାପ ଉଦ୍ଧାର Angul OnlineApril 3, 2021April 3, 2021 ଅନୁଗୁଳ – ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗ୍ରାମ କେନାଲ ସାହିରୁ ୫୨ ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଅଛି । କେନାଲ ସାହି ବିଦେଶୀ ବେହେରାଙ୍କ ଘର ପଛ ପାଖ ବାଡିରେ ଏକ ଆଜବେଷ୍ଟସ ତଳୁ ଗତ ୧୩ ତାରିଖରେ ଏକ ପାଣିଧଣ୍ଢ ସାପ ଥିବା ଦେଖି ପରିବାର ଲୋକେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ଆଦିତ୍ୟ ବେହେରା ଓ ସାଥୀ ରାଧାମୋହନ ସାହୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ବଡ ମାଇ ପାଣିଧଣ୍ଢ ଓ ତା ପାଖରେ ଥିବା ପାଖାପାଖି ୬୦ ରୁ ୬୫ ଟି ଅଣ୍ଡା ଥିବା ଦେଖିବାକୁ ପାଇଥିଲେ । ଫଳରେ ଆଦିତ୍ୟ , ମାଆ ସାପଟିକୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନରେ ଛାଡି ଦେବା ସହ ଅଣ୍ଡାଗୁଡିକୁ ଯତ୍ନ ଓ ଅତି ସତର୍କତାର ସହ ଉଦ୍ଧାର ଜାଗା ନିକଟବର୍ତ୍ତୀ ଅନ୍ୟ ଏକ ଜାଗାରେ ସୁରକ୍ଷିତ ଭାବରେ ରଖି ଦେଇଥିଲେ । ସୌଭାଗ୍ୟବଶତଃ ମାଆ ସାପ ଉଦ୍ଧାରର ସେହି ସ୍ଥାନକୁ ଆସି ଅଣ୍ଡାଗୁଡିକ ଫୁଟାଇଥିଲା । ସେଥିରୁ ମୋଟ ୫୨ ଟି ପାଣିଧଣ୍ଢ ସାପ ଛୁଆ ଜୀବିତ ଓ ସୁସ୍ଥ ଅବସ୍ଥାରେ ଥିବା ବେଳେ ସର୍ପମିତ୍ର ଆଦିତ୍ୟ ଓ ସାଥୀ ରାଧାମୋହନ ସାହୁ ଉଦ୍ଧାର କରିଥିଲେ । ଏ ବାବଦରେ ଅନୁଗୁଳ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇବା ସହ ତାଙ୍କ ତତ୍ତ୍ବାବଧାନରେ ସାପ ଛୁଆ ଗୁଡିକୁ ସେମାନଙ୍କ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଅଛି । https://angulonline.com/odia/wp-content/uploads/2021/04/WhatsApp-Video-2021-04-03-at-19.24.30.mp4 Advertisement
ବନ୍ଦ ପ୍ରତ୍ୟାହୃତ – କେନ୍ଦ୍ର ସରକାର ଦେଲେ ପ୍ରତିଶ୍ରୁତି ଅନୁଗୁଳ – ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ । ପ୍ରଦୂଷଣର ଆଳ ଦେଖାଇ…
ହୋଲ୍ଡିଂ ଟ୍ୟାକ୍ସ୍ ବୃଦ୍ଧି ଅଭିଯୋଗ – ଚିନ୍ତାରେ ତାଳଚେରବାସୀ ତାଳଚେର -ଚିନ୍ତାରେ ତାଳଚେରବାସୀ । ତାଳଚେର ମ୍ୟୁନିସିପାଲିଟି ପକ୍ଷରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ବଢୁଛି ଚିନ୍ତା । ଇତି ମଧ୍ୟରେ ୧୦ଗୁଣା ବଢିସାରିଛି…
ବିସ୍ଥାପନ କଲୋନୀ ନିର୍ମାଣ ସ୍ଥାନକୁ ନେଇ କମ୍ପାନୀକୁ ଗ୍ରାମବାସୀଙ୍କ ବିରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ସଳ୍ପଝରଣରେ ବିସ୍ଥାପନ କଲୋନୀ ନିର୍ମାଣ ପାଇଁ ଜମି ଚିହ୍ନଟ ଚାଲିଥିବା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି…