Uncategorized ଗୋଟିଏ ସ୍ଥାନରୁ ୫୨ ସାପ ଉଦ୍ଧାର Angul OnlineApril 3, 2021April 3, 2021 ଅନୁଗୁଳ – ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗ୍ରାମ କେନାଲ ସାହିରୁ ୫୨ ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଅଛି । କେନାଲ ସାହି ବିଦେଶୀ ବେହେରାଙ୍କ ଘର ପଛ ପାଖ ବାଡିରେ ଏକ ଆଜବେଷ୍ଟସ ତଳୁ ଗତ ୧୩ ତାରିଖରେ ଏକ ପାଣିଧଣ୍ଢ ସାପ ଥିବା ଦେଖି ପରିବାର ଲୋକେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ଆଦିତ୍ୟ ବେହେରା ଓ ସାଥୀ ରାଧାମୋହନ ସାହୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ବଡ ମାଇ ପାଣିଧଣ୍ଢ ଓ ତା ପାଖରେ ଥିବା ପାଖାପାଖି ୬୦ ରୁ ୬୫ ଟି ଅଣ୍ଡା ଥିବା ଦେଖିବାକୁ ପାଇଥିଲେ । ଫଳରେ ଆଦିତ୍ୟ , ମାଆ ସାପଟିକୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନରେ ଛାଡି ଦେବା ସହ ଅଣ୍ଡାଗୁଡିକୁ ଯତ୍ନ ଓ ଅତି ସତର୍କତାର ସହ ଉଦ୍ଧାର ଜାଗା ନିକଟବର୍ତ୍ତୀ ଅନ୍ୟ ଏକ ଜାଗାରେ ସୁରକ୍ଷିତ ଭାବରେ ରଖି ଦେଇଥିଲେ । ସୌଭାଗ୍ୟବଶତଃ ମାଆ ସାପ ଉଦ୍ଧାରର ସେହି ସ୍ଥାନକୁ ଆସି ଅଣ୍ଡାଗୁଡିକ ଫୁଟାଇଥିଲା । ସେଥିରୁ ମୋଟ ୫୨ ଟି ପାଣିଧଣ୍ଢ ସାପ ଛୁଆ ଜୀବିତ ଓ ସୁସ୍ଥ ଅବସ୍ଥାରେ ଥିବା ବେଳେ ସର୍ପମିତ୍ର ଆଦିତ୍ୟ ଓ ସାଥୀ ରାଧାମୋହନ ସାହୁ ଉଦ୍ଧାର କରିଥିଲେ । ଏ ବାବଦରେ ଅନୁଗୁଳ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇବା ସହ ତାଙ୍କ ତତ୍ତ୍ବାବଧାନରେ ସାପ ଛୁଆ ଗୁଡିକୁ ସେମାନଙ୍କ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଅଛି । https://angulonline.com/odia/wp-content/uploads/2021/04/WhatsApp-Video-2021-04-03-at-19.24.30.mp4 Advertisement
ବାପାଙ୍କ ସମୟରେ ଏଫସିଆଇ , ପୁଅ ସମୟରେ ଟିଟିପିଏସ ବନ୍ଦ – ଉଚିତ ଜବାବ ଦେବ କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସ୍ଥାନୀୟ କଂଗ୍ରେସ ଭବନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଳଚେର ଥର୍ମାଲ ପ୍ଳାଣ୍ଟକୁ ଯେଉଁଭଳି ରାଜନୈତିକ ଚକ୍ରାନ୍ତ…
ଅସୁସ୍ଥ ଦନ୍ତା ହାତୀର ହେଲା ଚିକିତ୍ସା ଅନୁଗୁଳ – ଅସୁସ୍ଥ ଦନ୍ତା ହାତୀକୁ କରାଯାଇଛି ଟ୍ରାଙ୍କୁଲାଇଜ । ଟ୍ରାଙ୍କୁଲାଇଜ ପରେ ନନ୍ଦନକାନନ , ଢେଙ୍କାନାଳ ଓ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରୁ ଆସିଥିବା ପ୍ରାଣୀ ଚିକିତ୍ସକ…
ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ରୂପାଲିଙ୍କ ସଫଳତା ତାଳଚେର – ଅନୁଗୁଳ ତାଳଚେରରେ ଜନ୍ମିତ ଓଡିଆ ଝିଅ ରୂପାଲି ଶ ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ହେବା ସହ ମିସେସ ଚାର୍ମିଙ୍ଗ…