ଭଲ ଖବର ଅଭିଷେକଙ୍କ ପାଇଁ ସାହାଯ୍ୟର ହାତ ବଢେଇଲେ ସାତ ସାବିତ୍ରୀ Angul OnlineJune 11, 2021June 11, 2021 ତାଳଚେର – ଓଡ଼ିଶାର ଚାରି କୋଟି ଜନତା ତାଙ୍କୁ ଟଙ୍କାଟିଏ ଲେଖାଏ ଦାନ କଲେ, ତାଙ୍କ ସିନ୍ଦୂର ବଞ୍ଚିଯିବ ।’ ଜଣେ ନବବିବାହିତା ପତ୍ନୀର ଏମିତି ଆକୁଳ ନିବେଦନଟିଏ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଏହି ହୃଦୟଥରା ଆବେଦନ ଲୋକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା। ଏହାକୁ ହୃଦୟଙ୍ଗମ କରି ତାଳଚେର ଅଞ୍ଚଳର କିଛି ମହିଳା ସାବିତ୍ରୀ ବ୍ରତର ସମସ୍ତ ପ୍ରକାର ଖର୍ଚ୍ଚ ରାଶିର ଅର୍ଥକୁ ଦାନ କରିଛନ୍ତି । ସୂଚନାଯୋଗ୍ୟ ଭଦ୍ରକ ବାସୁଦେବପୁର ଅଞ୍ଚଳର ମୌସୁମୀ ଓ ଅଭିଷେକ ମେ ୫ ତାରିଖରେ ବିବାହ କରିଥିଲେ । ବାହାଘରର ମାତ୍ର ୮ ଦିନ ପରେ ଅଭିଷେକ କରୋନା ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିବାରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତୁରନ୍ତ ଏକ୍ମୋ ଚିକିତ୍ସା ନିହାତି ଜରୁରୀ ବୋଲି ଡାକ୍ତରମାନେ କହିବା ପରେ ଆର୍ଥିକ କାରଣରୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ । ମାତ୍ର ମୌସୁମୀ ଭାଙ୍ଗି ପଡ଼ିବା ବଦଳରେ ସ୍ବାମୀଙ୍କ ଜୀବନ ପାଇଁ ସଂଘର୍ଷ ପାଇଁ ଅଣ୍ଟା ଭିଡ଼ିଥିଲେ । ଏଭଳି ଅଭାବନୀୟ ପରିସ୍ଥିତିରେ ତାଳଚେର ପୌରପାଳିକା ୱାର୍ଡ ନମ୍ବର ୧୬ କାଶୀପୁର ଅଞ୍ଚଳର ଡିଭାଇନ୍ ପାୱାର ସଂଗଠନର କିଛି ମହିଳା ଆଗେଇ ଆସିଛନ୍ତି । ଯେତେ ବେଳେ ସବୁ ଘରେ ଘରେ ନିଜ ନିଜର ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବେଶ୍ ଯାକ ଜମକରେ ସାବିତ୍ରୀ ବ୍ରତ ପାଳନ କରୁଥିଲେ ଠିକ୍ ସେତିକି ବେଳେ ଏହି ମହିଳା ମାନେ ଦେଖାଇ ଥିଲେ ମଣିଷ ପଣିଆ । ମଧୁସ୍ମିତା ପଟ୍ଟନାୟକଙ୍କ ନେତୃତ୍ୱରେ ତାଙ୍କ ସଂଗଠନର ସମସ୍ତ ୭ ଜଣ ମହିଳା ସାବିତ୍ରୀ ବ୍ରତ ନିମନ୍ତେ ଥିବା ସମସ୍ତ ଅର୍ଥ ରାଶିକୁ ଅଭିଷେକଙ୍କ ଚିକିତ୍ସା ପାଇଁ ଦାନ କରିଛନ୍ତି । ସମାଜରେ ତିଷ୍ଠି ରହିଥିବା ମାନବିକତାର ଅନ୍ୟ ଏକ ଉଦାହରଣ ସାଜିଛନ୍ତି ଏହି ମହିଳା ମାନେ ବୋଲି କୁହାଯାଉଛି । ତେଣୁ ମୌସୁମୀଙ୍କ ଏହି ସଂଗ୍ରାମରେ ମାନବିକତା ଜିତିବ ଓ ତାଙ୍କ ସିନ୍ଦୁରର ବି ବିଜୟ ହେବ ବୋଲି ବହୁ ଶୁଭେଚ୍ଛୁ କହିଛନ୍ତି । ଅଭିଷେକଙ୍କୁ ଏବେ କୋଲକାତାର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ଏକ୍ମୋ ମେିସିନ୍ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । କିଛି ଦିନ ପରୀକ୍ଷଣରେ ରଖିବା ପରେ ଫୁସ୍ଫୁସ୍ ପ୍ରତିରୋପଣ କଥା ଚିନ୍ତା କରାଯାଇପାରେ ବୋଲି ଡାକ୍ତରମାନେ କହିଛନ୍ତି। ତେଣୁ ଅଧିକ ଅର୍ଥର ଆବଶ୍ୟକତା ପଡ଼ିପାରେ । ତେବେ ଗତକାଲିଠାରୁ ଅଭିଷେକଙ୍କ ସ୍ତ୍ରୀ ମୌସୁମୀ ମହାନ୍ତିଙ୍କ ଆକୁଳ ନିବେଦନ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କୁ ସହଯୋଗ କରିବା ପାଇଁ ବହୁ ଲୋକେ ଆଗେଇ ଆସିଛନ୍ତି । Advertisement
ଆଠମଲ୍ଲିକବାସୀଙ୍କ ଆଶା ହେଲା ପୂରଣ – କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ…
ରାଜଧାନୀ ରାଜପଥରେ ଅନୁଗୁଳ କଳାକାରଙ୍କ ନୃତ୍ୟ ପରିବେଷଣ ଅନୁଗୁଳ – ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହଜାର ହଜାର ଦର୍ଶକଙ୍କ…
ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଭେଣ୍ଟିଲେଟର ଓ ବାଇପାପ ମେସିନ ପ୍ରଦାନ ଅନୁଗୁଳ – ସମ୍ପ୍ରତି ସାରା ଦେଶରେ କୋଭିଡ ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ସ୍ଥିତି ସମାନ । କରୋନାର ଭୟାବହତାକୁ…