ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ୬ ବ୍ରାଉନ ସୁଗାର ବେପାରୀ । ୩ ଜଣ ଯୁବକଙ୍କ ସହ ତିନି ଜଣ ମହିଳାଙ୍କୁ କାବୁ କଲା ତାଳଚେର ପୁଲିସ । ତାଙ୍କ ନିକଟରୁ ୨୧ ଗ୍ରାମ ବ୍ରାଉନ ସୁଗାର ସହ ୪ ହଜାର ଟଙ୍କା ଗୋଟିଏ ମୋବାଇଲ ଏବଂ ଗୋଟିଏ ସ୍କୁଟିକୁ ଜବତ କରା ଯାଇଛି ।

ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିଲା । ତାଙ୍କ ସହ ବ୍ୟବସାୟରେ ସଂପୃକ୍ତ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ୬ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ବ୍ୟବସାୟରେ ସଂପୃକ୍ତ ଅନ୍ୟ କିଛି ବେପାରୀଙ୍କ ଉପରେ କଡ଼ା ନଜର ରଖିଛି ।
ସେହିଭଳି ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ଥାନା ପୁଲିସ ଓ ଜିଲ୍ଲା ସ୍ପେଶାଲ ସ୍କାଡ ମିଶି ଅମଲାପଡା ମୁସଲମାନସାହି ଛକ ପାଖରେ ଥିବା ନୂତନ ନିର୍ମିତ କ୍ଲବ ଘର ପାଖରେ ଥିବା ଅର୍ଦ୍ଧ ନିର୍ମିତ ଷ୍ଟୋର ରୁମ ଉପରେ ଚଢାଉ କରି ସେଖ ଅନିଶ ,ସେଖ ସକୀଳ ଓ କୁରେଷା ବିବି ନାମକ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ବ୍ରାଉନ ସୁଗାର ବିକ୍ରି କରିଵା ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ସେମାନଙ୍କୁ କାବୁ କରି ସେମାନଙ୍କ ଠାରୁ ୧୮ ଗ୍ରାମ ୧ ମିଲିଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଏହା ସହ ନଗଦ ଟ୧୯,୨୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ଜବତ କରା ଯାଇଛି ।