ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ Angul OnlineNovember 24, 2021November 24, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜରପଡା-ଛେଣ୍ଡିପଦା ପୁର୍ତ ବିଭାଗ ରାସ୍ତାର ଟେଣ୍ଟୁଲୋଇ ଗ୍ରାମର ଦଣ୍ଡା ବାଙ୍କଠାରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ମୋଟରସାଇକେଲ ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ସାଇକେଲ ଚାଳକ ହେଲେ ଭାଲୁପାଳ ଗ୍ରାମର କୁହ୍ଲାସାହିର ୬୦ ବର୍ଷୀୟ ବୃନ୍ଦାବନ ସାହୁ । ସୂଚନା ଅନୁସାରେ ବୃନ୍ଦାବନ ମାଛକୁଟା ଗ୍ରାମରୁ ନିଜ ଗ୍ରାମ ଭାଲୁପାଳକୁ ସାଇକେଲରେ ଘରକୁ ଫେରୁଥିବାବେଳେ ଏକ ଅଜଣା ମୋଟରସାଇକେଲ ସାଇକେଲ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ବୃନ୍ଦାବନ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଯାଇଥିଲେ । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ବୃନ୍ଦାବନଙ୍କୁ ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଏହି ଦୁର୍ଘଟଣାରେ ବୃନ୍ଦାବନଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ପ୍ରେସ କ୍ଲବକୁ ନିଜ ଦଖଲକୁ ନେବା ସହ ସରକାରୀ ଜମିରେ ବୁଲଡୋଜର ବୁଲାଇଲା ପ୍ରଶାସନ ଅନୁଗୋଳ – ଅନୁଗୋଳ ପୌରପାଳିକା ଅଞ୍ଚଳରେ ସରକାରୀ ଜାଗାରେ ବେଆଇନ ଭାବେ ତିଆରି ହୋଇଥିବା ଘର ଓ ଦୋକାନ ଘରକୁ ବୁଲଡ଼ୋଜର ଲାଗାଇ ଉଚ୍ଛେଦ କରାଯାଇଛି ।…
ମୋଟର ସାଇକେଲକୁ ଧକ୍କା ଦେଇ ଓଲଟିଲା ପିକନିକ ବସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡାରୁ ବାୟାଣୀପୀଠ ରାସ୍ତାର ମା ହିଙ୍ଗୁଳାଙ୍କ ପୀଠ ନିକଟରେ ଏକ ପିକନିକ ବସ ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତାର…
ଜିଲ୍ଲାର ୯ ଲକ୍ଷ ୭୧ ହଜାର ୮୩୦ ଜଣ ଭୋଟର ବାଛିବେ ନେତା ଅନୁଗୁଳ – ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧୁକାରୀ ଶ୍ରୀ ଅବ୍ଦାଲ୍ ଏମ୍ ଅଖତାରଙ୍କ ଅଧ୍ୟକ୍ଷତାରେ ଆଜି ଆପରାହ୍ନରେ…