ମୁଖ୍ୟ ଖବର ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ Angul OnlineFebruary 9, 2022February 9, 2022 ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସମ୍ମୁଖରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଆଜି (ବୁଧବାର) ସନ୍ଧ୍ୟା ବେଳେ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଗ୍ୟାସ ଟାଙ୍କି ଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରା ଯାଉଛି । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗର ତିନୋଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସେହି ରାସ୍ତା ଦେଇ ଏକ ଘଣ୍ଟା ଯିବା ଆସିବା ବନ୍ଦ ହୋଇ ଯାଇଥିଲା । ଇକୋ ପାର୍କ ଯୋଗୁଁ ସବୁଦିନ ସେଠାରେ ଲୋକଙ୍କ ଭିଡ ଜମିଥାଏ । ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଅଗ୍ନିକାଣ୍ଡ ଯୋଗୁଁ ଲୋକ ଭୟଭୀତ ହୋଇ ଯାଇଥିଲେ । ଗ୍ୟାସ ଦୋକାନରେ ଥିବା ଛୋଟ ଗ୍ୟାସ ଟାଙ୍କି ସବୁ ଢୋ ଢୋ ହୋଇ ଫୁଟି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା । ଦମକଳ ଠିକ୍ ସମୟରେ ପହଞ୍ଚି ନଥିଲେ ସମ୍ପୂର୍ଣ୍ଣ ମାର୍କେଟକୁ ମଧ୍ୟ ବ୍ୟାପି ଯାଇଥାନ୍ତା । ଅଗ୍ନିକାଣ୍ଡରେ ଦୋକାନଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକ ସାଇକେଲ , ଗୋଟିଏ ସ୍କୁତି ମଧ୍ୟ ଜଳି ଯାଇଛି । https://angulonline.com/odia/wp-content/uploads/2022/02/WhatsApp-Video-2022-02-09-at-20.19.01.mp4 Advertisement
ଜାତୀୟ ରାଜପଥ ୫୫ ପୂର୍ଣ୍ଣାଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ରମେଶ ସାଏ ଭୁବନେଶ୍ୱର – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ମଙ୍ଗୁଳି – ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ରହିଛି…
ମା ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ସମାପନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାତ୍ସୋବ ଓ ୧୮ତମ ଲୋକ ମହୋତ୍ସବ ଗୋପାଳ ପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ…
ବନ୍ଦେ ଭାରତ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ଯା ଉଦ୍ଯମ ଅନୁଗୁଳ – ଅନୁଗୁଳ ଷ୍ଟେସନ ଦେଇ ଯାଉଥିବା ବନ୍ଦେ ଭାରତ ଆଗକୁ ଡେଇଁ ଆତ୍ମହତ୍ଯା କରିବାକୁ ଉଦ୍ଯମ କରୁଥିବା ବେଳେ ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ…