Uncategorized ଟ୍ରକ ଧକ୍କାରେ ଜଣେ ମୃତ – ଡ୍ରାଇଭରକୁ ନିସ୍ତୁକ ମାଡ ମାରିଲେ ଲୋକେ Angul OnlineSeptember 2, 2023September 2, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଦୁର୍ଘଟଣା । ସାଇକେଲ ଆରୋହିଙ୍କୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ସାଇକେଲ ଆରୋହିଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣଙ୍କ ହେଲେ ସନ୍ଥପଡା ଗ୍ରାମର ଗୋବର୍ଦ୍ଧନ ସାମଲ । ସୂଚନା ଅନୁଯାୟୀ ଗୋବର୍ଦ୍ଧନ ତାଙ୍କ କୁକୁଡ଼ା ଦୋକାନରୁ ସାଇକେଲ ଯୋଗେ ଘରକୁ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳ ରେ ହିଁ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟ୍ରକ୍ ଚାଳକ କୁ ସ୍ଥାନୀୟ ଲୋକେ କାବୁ କରି ନିର୍ଧୁମ ମାଡ଼ ମାରିଥିଲେ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ୧୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ତାଳଚେର ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ରୂପାଲିଙ୍କ ସଫଳତା ତାଳଚେର – ଅନୁଗୁଳ ତାଳଚେରରେ ଜନ୍ମିତ ଓଡିଆ ଝିଅ ରୂପାଲି ଶ ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ହେବା ସହ ମିସେସ ଚାର୍ମିଙ୍ଗ…
ଗୋଟିଏ ଦିନରେ ପାଣିରୁ ତିନି ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନର ପାଣି ଭିତରୁ ତିନୋଟି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସୁନାଭୁଇଁ ଗାଁର କମ୍ପ୍ୟୁଟର…
ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ନେଲା ଜୀବନ । ବନ୍ତଳା ବନଖଣ୍ଡ ଶଙ୍ଖପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ଶଙ୍ଖପୁର…