ଅପରାଧ ମହିଳାଙ୍କୁ ଠକି ଜଣେ ଗିରଫ Angul OnlineAugust 25, 2022August 25, 2022 ଅନୁଗୁଳ – ଜଣେ ମହିଳାଙ୍କ ଠାରୁ ଟଙ୍କା ଠକି ନେବା ଅଭୋଯୋଗରେ ଅନୁଗୁଳ ପୁଲିସ ଉପେନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଠକ ଉପେନ୍ଦ୍ର ପୂର୍ବରୁ କୌଣସି କାରଣ ପାଇଁ ଜେଲ ଯାଇଥିଲା । ଗତ ସପ୍ତାହରେ ସେ ଜେଲରୁ ଆସିବା ପରେ ଆଠମଲ୍ଲିକ ଥାନା ଅନ୍ତର୍ଗତ ନଅଗାଁ ଅଞ୍ଚଳର ଜଣେ ମହିଳାଙ୍କ ଠାରୁ ଏହି ଟଙ୍କା ଠକେଇ କରିଛି । ସୂଚନା ଅନୁସାରେ ମହିଳା ଜଣଙ୍କ ଏକ ବଳତ୍କାର ମାମଲାରେ ପିଡ଼ିତ ହୋଇଥିଲେ । ଏଥିପାଇଁ ତାଙ୍କୁ ୨ ଲକ୍ଷ ଟଙ୍କା ସରକାରୀ ସହାୟତା ମିଳିଥିଲା । ଏ କଥା ଉପେନ୍ଦ୍ର ଜେଲରେ ଥିବା ସମୟରେ ମହିଳାଙ୍କୁ ବଳତ୍କାର କରିଥିବା ଅଭିଯୁକ୍ତ ଠାରୁ ଶୁଣିଥିଲା । ତେବେ ବେଲ୍ରେ ଉପେନ୍ଦ୍ର ଆସିବା ପରେ ମହିଳାଙ୍କ ନିକଟକୁ ଯାଇ ଓଡ଼ିଶା ଉଚ୍ଚ ନ୍ୟାୟଳୟରୁ ଆସିଥିବା କହି ଏଭଳି ବଳତ୍କାର ଶୀକାର ହୋଇଥିବା ପୀଡ଼ିତାଙ୍କୁ ସରକାରଙ୍କ ପକ୍ଷରୁ ୧୧ ଲକ୍ଷ ୮୫ ହଜାର ଟଙ୍କା ମିଳିବ ବୋଲି କହିଥିଲା । ତେବେ ଏଥିପାଇଁ ୭୦ ହଜାର ଜମା କରିବାକୁ ପଡ଼ିବ ବୋଲି କହିଥିଲା । ମହିଳାଙ୍କ ପରିବାର ଲୋକ ଏହାକୁ ବିଶ୍ଵାସ କରି ଉପେନ୍ଦ୍ରକୁ ୨୦ହଜାର ଟଙ୍କା ବୁଧବାର ଦେଇଥିଲେ । ଅବଶିଷ୍ଟ ଟଙ୍କା ଧରି ଅନୁଗୁଳ କୋର୍ଟ ନିକଟକୁ ଆସିବାକୁ ଉପେନ୍ଦ୍ର କହିଥିଲା । ଉପେନ୍ଦ୍ରର କହିବା ଅନୁସାରେ ପିଡ଼ିତାଙ୍କ ପରିବାର ଲୋକ ଗୁରୁବାର ଅନୁଗୁଳ କୋର୍ଟ ପାଖରେ ପହଞ୍ଚି ଉପେନ୍ଦ୍ରଙ୍କୁ ଫୋନ କରିଥିଲେ । ଉପେନ୍ଦ୍ର ଅମଲାପଡ଼ାରେ ତାଙ୍କର ଅଫିସ ରହିଛି , ସେଠାକୁ ଆସିବାକୁ କହିଥିଲା । କିନ୍ତୁ ପିଡ଼ିତାଙ୍କ ପରିବାର ଲୋକ ସେଠାକୁ ନ ଯାଇ କୋର୍ଟ ଡ଼ିଏଲଏସ୍ଏ କାର୍ଯ୍ୟାଳୟକୁ ଆସିବାକୁ କହିଥିଲେ । ଏହାପରେ ସେ ପତିତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ତେବେ ପିଡିତାଙ୍କ ପରିବାର ସହ ଆସିଥିବା ଜଣେ ବ୍ୟକ୍ତି ଉପସ୍ଥିତ ବୁଦ୍ଧି ଖଟାଇ ତାଙ୍କୁ ଧରି ଅନୁଗୁଳ ଥାନାକୁ ନେଇ ଯାଇଥିଲେ । ପିଡ଼ିତଙ୍କ ମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣା – ମୁଖ୍ୟ ଅଭିଯୁକ୍ତ ଗିରଫ ଅନୁଗୋଳ – ଅନୁଗୋଳ ସହରର ହୁଲୁରିସିଂହା ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ହୁଲୁରିସିଂହା ଘାସିସାହିର…
କବାଡ଼ି ଦୋକାନରୁ ଚୋରି ସାମଗ୍ରୀ ଜବତ – ଚାରି ଗିରଫ ଅନୁଗୁଳ – ଅନୁଗୁଳ ସହରର ଏକ ହୋଟେଲରୁ ଚୋରି ଓ ବିଭିନ୍ନ ଦୋକାନ ଏବଂ ଅଫିସରୁ ଏସି ପାଇପ କାଟି ଚୋରି କରିଥିବା ଏକ ଗ୍ୟାଙ୍ଗକୁ ଧରିବାରେ…
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…