ଭୁଜାଲି ଆକ୍ରମଣରେ ଦୁର୍ଦାନ୍ତ ଅପରାଧୀ ଟିକନ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଭୁଜାଲି ଆକ୍ରମଣରେ ଦୁର୍ଦାନ୍ତ ଅପରାଧୀ ଟିକନର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାକୁ କେହି ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତର ବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା ସୂଚନା ଅନୁସାରେ ଗତକାଲି ରାତିରେ ଟିକନକୁ କେହି କୌଣସି କାରଣ ପାଇଁ ଭୁଜାଲିରେ ଆକ୍ରମଣ କରିଥିଲା ଭୁଜାଲି ଆକ୍ରମଣରେ ଟିକନର ଅନ୍ତବୁଜୁଳା ବାହାରି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତର କରା ଯାଉଥିଲା ତେବେ ବାଟରେ ତାର ମୃତ୍ୟୁ ହୋଇଥିଲା ଖବର ପାଇ ଅନୁଗୁଳ ସଦର ପୁଲିସ ଘଟଣାର ତଦନ୍ତ କରୁଛି ତେବେ ଟିକନ ନାମରେ ପୂର୍ବରୁ ୨୦ ରୁ ଅଧିକ ଚୋରୀ ଓ ରାହାଜାନି ମାମଲା ରହିଛି

 

Advertisement

Leave a Reply

Your email address will not be published. Required fields are marked *

You cannot copy content of this page