ଖେଳ ଓ ଖେଳାଳି ହାଣ୍ଡିଗୋଡା ଠାରେ ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ Angul OnlineJanuary 29, 2024January 29, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ହାଣ୍ଡିଗୋଡାଠାରେ ଆଦର୍ଶ ଗ୍ରାମିଣ ଯୁବ ମଣ୍ଡଳ ଆନୁକୁଲ୍ଯରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଦଳ ଭାଗ ନେଇଥିବା ବେଳେ ନକଆଉଟ ପର୍ଯ୍ଯାୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ଯାଚରେ ଅନୁଗୁଳର ବାସନ୍ତୀ ଭଲିବଲ ଟ୍ରଷ୍ଟ ଓ ଜବଲ୍ପୁର ରେଲୱେ ମଧ୍ଯରେ କଡା ଟକର ହୋଇଥିବା ବେଳେ ୨୫-୨୩ , ୨୫-୨୨ ଓ ୨୫-୧୮ ରେ ଜବଲ୍ପୁର ରେଲୱେ ବିଜେତା ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଛେଣ୍ଦିପଦା ବିଧାୟକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ବ୍ଲକ ଅଧ୍ଯକ୍ଷା ସୁମିତ୍ରା ସାହୁ , ଜିଲ୍ଲା ପରିଷଦ ସଦସ୍ଯ ପ୍ରଦୀପ କୁମାର ସାହୁ ଓ ସ୍ଥାନୀୟ ଟେଣ୍ଟୁଲୋଇ ସରପଞ୍ଚ ପ୍ରୀୟଙ୍କା ସାହୁ ଆଦି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରଷ୍କୃତ କରିଥିଲେ । ହାଣ୍ଡିଗୋଡାର ଆଦର୍ଶ ଗ୍ରାମିଣ ଯୁବ ମଣ୍ଡଳ ସଦସ୍ଯ ପ୍ରଶାନ୍ତ ପ୍ରଧାନ , କୈଳାସ ମାଝୀ , ଦିପକ ପ୍ରଧାନ , ସିଦ୍ଧାନ୍ତ ମାଝୀ , ଶୁଶିଳ ସାହୁ , ସୁମନ୍ତ ଦେହୁରୀ , ପ୍ରଭାତ ପ୍ରଧାନ , ବିପିନ ବେହେରା ଆଦି ସହଯୋଗ କରିଥିଲେ । Advertisement
ଗଣପତ କପ୍ କ୍ରିକେଟ୍ – ମୁନ୍ ଏକାଦଶ ବିଜୟୀ ଅନୁଗୋଳ – ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଅନୁଗୋଳ ଫାଇଟର୍ସକୁ ହରାଇ ମୁନ୍…
ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଶାସିଙ୍ଗ ଗ୍ରାମରେ ଅବସ୍ଥିତ ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ଏହା ଉଦଯାପିତ…
ସି ଏମ ଟ୍ରଫିର କ୍ବାଟର ଫାଇନାଲରେ ଅନୁଗୁଳ ଅନୁଗୁଳ – ଓଡ଼ିଶାର ୪ ଟି ବିଭିନ୍ନ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ର କ୍ବାଟର ଫାଇନାଲରେ ଅନୁଗୁଳ ଏଫ ସି ପ୍ରବେଶ କରିଛି । କେନ୍ଦୁଝର…