ମୁଖ୍ୟ ଖବର ଚାଷ କାମ ବେଳେ ଅଘଟଣ – କୂଅରେ ଟ୍ରାକ୍ଟର ପଡି ଜଣେ ମୃତ Angul OnlineJuly 6, 2023July 6, 2023 ଅନୁଗୋଳ – ଚାଷ କାମ କରୁଥିବା ବେଳେ ଅନୁଗୋଳ ଜିଲ୍ଲା ଜାମୁଣ୍ଡା ଗାଁରେ ଅଘଟଣ ଘଟି ଯାଇଛି । ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା କୂଅରେ ଟ୍ରାକ୍ଟର ଖସି ଚାଳକଙ୍କ ମୃତ୍ଯୁ ହୋଇଛି । ମୃତ ଚାଳକ ଓଡ଼କପା ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଜାମୁଣ୍ଡା ଗ୍ରାମରେ ଆଜି ସକାଳୁ ଟ୍ରାକ୍ଟର ସାହାଯ୍ୟରେ ଚାଷ ଜମିରେ ଚାଷ କରୁଥିବା ବେଳେ ,ଚାଷ ଜମି ପାଖକୁ ଲାଗି ଏକ ଖୋଲା ଗଭୀର କୂଅରେ ଅସାବଧାନତା ଯୋଗୁଁ ଟ୍ରାକ୍ଟର ସମେତ ଚାଳକ ଖସି ପଡ଼ିଥିଲେ । ଖବର ପାଇ ଅନୁଗୋଳ ଅଗ୍ନିଶମ ବିଭାଗାର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ସମେତ ଚାଳକଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଚାଳକଙ୍କ ମୃତ୍ୟୁ ହୋଇ ସାରିଥିଲା । Advertisement
ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ ଅନୁଗୁଳ – ପୂର୍ବତନ ଡେପୁଟି ମିନିଷ୍ଟର ହୋମ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫…
ବାରହା ଆକ୍ରମଣରେ ଛେଳି ଚରାଳି ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅନ୍ତର୍ଗତ ବୁଢୀପାହଡ ଜଙ୍ଗଲ ନିକଟ ଏକ ଆମ୍ବଟୋତାରେ ବାରାହା ଆକ୍ରମଣରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି ।…
ଦୁର୍ଘଟଣାରେ ତିନି ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୁତକ ମାନଙ୍କ ମଧ୍ୟରୁ…