ଅପରାଧ ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା Angul OnlineJune 17, 2023June 17, 2023 ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ, ଗାଁର ଜଗତାନନ୍ଦ ସାହୁଙ୍କ ପୁଅ ଶିବାଶିଷ ସାହୁ(୨୬) ଶୁକ୍ରବାର ରାତିରେ ଘରେ ଖାଇ ରାତି ୧୦ଟାରେ ଘରୁ ବାହାରକୁ ଯାଇଥିଲେ। ତେବେ ସେ ରାତିରେ ଘରକୁ ଫେରିନଥିଲେ। ତେବେ ଶନିବାର ସକାଳେ ଗାଁ ମୁଣ୍ଡରେ ଥିବା ସମାକୁଇ ଆମ୍ବ ବଗିଚାରେ ଶିବାଶିଷଙ୍କ ଶବ ବେକରେ ଏକ ରଶିରେ ଫାଶୀ ଲାଗିଥିବା ଝୁଲନ୍ତା ଅବସ୍ଥାରେ ଗାଁ ଲୋକମାନେ ଦେଖିବାକୁ ପାଇଥିଲେ । ଏ ନେଇ ଶିବାଶିଷଙ୍କ ପରିବାକୁ ଜଣାଇଥିଲେ । ପରିବାର ତରଫରୁ ପୁଲିସକୁ ଖବର ଦେବାପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଛେଦପରେ ପରିବାରକୁ ହସ୍ତାନ୍ତର କରିଛି । ଏଥିସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । Advertisement
ବାଘ ଶିକାର କରି ଚାରି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ…
୧୦ ଗ୍ରାମ ବ୍ରାଉନସୁଗାର ଜବତ ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକଦିନ ହେଲା ଅବକାରୀ ବିଭାଗ ନଜରରେ ଥିବା ଜଣେ ବ୍ରାଉନସୁଗାର ବେପାରିକୁ ଶେଷରେ…
ନବବଧୂଙ୍କୁ ହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମରେ ଜଣେ ନବବଧୂଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ନବବଧୂଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ…