ମୁଖ୍ୟ ଖବର କେନାଲରେ ବୁଡି ଯୁବକ ନିଖୋଜ – ଖୋଜି ଖୋଜି ନୟାନ୍ତ ହେଲେଣି ଅଗ୍ନିଶମ ଓ ଓଡ୍ରାଫ ଦଳ Angul OnlineJuly 23, 2023July 23, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବୁଢ଼ାପଙ୍କ ଗାଁ ନିକଟ କେନାଲରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଲେ ବୁଢ଼ାପଙ୍କ ଗାଁର କିରଟ ନାୟକଙ୍କ ୧୮ ବର୍ଷୀୟ ପୁଅ ସୁବାଶିଷ ନାୟକ । ସୁଚନା ଅନୁସାରେ ସୁବାଶିଷ ଆଜି ମଧ୍ଯାହ୍ନରେ ତାଙ୍କ ବନ୍ଧୁ ବିଶାଲ ରାଉତ , ଶକ୍ତି ପ୍ରସାଦ ରାଉତ ଓ ସୌମ୍ଯ ରଂଜନ ଲେଙ୍କାଙ୍କ ସହ କେନାଲକୁ ଗାଧେଇବାକୁ ଯାଇଥିଲେ । ତେବେ ଅସବଧାନତା ଯୋଗୁଁ ସୁବାଶିଷ ହଠାତ ଗଭୀର ପାଣିକୁ ଚାଲି ଯାଇଥିଲେ । ଅନ୍ଯ ସାଙ୍ଗ ମାନେ ସୁବାଶିଷକୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପାଟି ଶୁଣି ଗାଁ ଲୋକ ମଧ୍ଯ ଆସି ଖୋଜାଖୋଜି କରିଥିବା ବେଳେ ସୁବାଶିଷକୁ ପାଣିରୁ ପାଇ ନଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କେନାଲ ପାଣିରେ ବୁଡି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ସୁବାଶିଷଙ୍କୁ ପାଇ ନଥିଲେ । ଶେଷରେ ଓଡ୍ରାଫ ଟିମକୁ ଖବର ଦିଆ ଯାଇଥିଲା । ସନ୍ଧ୍ୟାରେ ଢେଙ୍କାନାଳ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରେ ପ୍ରାୟ ଦୁଇ ଘଣ୍ଟା ଖୋଜିଥିଲା । କିନ୍ତୁ ଖବର ଲେଖାଯିବା ସୁଧା ସୁବାଶିଷଙ୍କ ପତ୍ତା ମିଳି ପାରି ନାହିଁ । ଆସନ୍ତାକାଲି ସକାଳୁ ପୁଣି ଓଡ୍ରାଫ ଟିମ ତାଙ୍କୁ ଖୋଜିବାକୁ ଚେଷ୍ଟା କରିବ । Advertisement
କୂଅ ଭିତରୁ ନିଖୋଜ ବୃଦ୍ଧଙ୍କ ମୁତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଘର ସମ୍ମୁଖ କୂଅରୁ ଉଦ୍ଧାର କରାଯାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି…
ପୁଲିସ ମୋଟରସାଇକେଲ ଧକ୍କାରେ ଜଣେ ଛାତ୍ରୀ ଗୁରୁତର, ଦୁଇ ଛାତ୍ର ଆହତ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡା ଗ୍ରାମ ଠାରେ ପୁଲିସ କର୍ମଚାରୀଙ୍କ ମୋଟରସାଇକେଲ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଦୁଇ ଛାତ୍ର…
ଆକ୍ସନ ମୁଡରେ ପ୍ରଶାସନ – ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନରୁ ଜୋରିମାନା ଆଦାୟ ଅନୁଗୁଳ – ଆକ୍ସନ ମୁଡରେ ଅନୁଗୁଳ ଉପଖଣ୍ଡ ଜିଲ୍ଲା ପ୍ରଶାସନ । ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କ ନେତୃତ୍ୱରେ ଗଠନ ହୋଇଥିବା ଜିଲ୍ଲା ମଲଟି ଡିସିପ୍ଲିନାରୀ ଟିମ ଲଗାତାର…