ମୁଖ୍ୟ ଖବର ଅବନୀକାନ୍ତ ସାହୁ ହେଲେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ Angul OnlineOctober 9, 2022October 9, 2022 ଅନୁଗୁଳ – ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ଚୟନ ହୋଇଛନ୍ତି । ପୂର୍ବତନ ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଦାୟିତ୍ୱ ସରିବା ପରେ ଅନେକ ଦିନ ହେଲା ଏହି ପଦବୀ ଖାଲି ପଡିଥିଲା । ଆଜି ଅବନୀକାନ୍ତ ସାହୁଙ୍କୁ ଟାମଡା ଅଧ୍ୟକ୍ଷ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଅବନୀକାନ୍ତ ସାହୁ ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ରହୁଥିବା ବେଳେ ବିଜେଡିର ଜଣେ ଦକ୍ଷ ସଙ୍ଗଠକ । ସେ କିଛି ବର୍ଷ ହେଲା ଦଳ ସହିତ ରହିବା ସହ ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବାରେ ତାଙ୍କର ବେଶ ଭୂମିକା ରହିଛି । ଅବନୀକାନ୍ତ ସାହୁ ତାଳଚେର ହେଁସମୂଳ ଗାଁର ହୋଇଥିବା ବେଳେ ଏବେ ଖମାର ବାରକୋଟିଆ ଗାଁର ବାସିନ୍ଦା । ସେ ପୂର୍ବରୁ ଏମ ସି ଏଲ ଚାକିରୀ କରିଥିଲେ । ତେବେ କୋଭିଡ ସମୟରେ ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା । କୋଭିଡ ବେଳେ ଲୋକଙ୍କ ଅସୁବିଧା ସମୟରେ ଲୋକଙ୍କୁ ସେବା ଯୋଗାଇ ଥିଲେ । ଆଉ ସେହି ସମୟରେ ସେ ଲୋକଙ୍କ ସେବା କରିବାକୁ ମନସ୍ଥ କରି ଚାକିରୀ ଛାଡି ସିଧାସଳଖ ରାଜନୀତିରେ ଯୋଗ ଦେଇଥିଲେ । Advertisement
ଦୁଇ ଘଣ୍ଟାରେ ଚାରି ଜଣଙ୍କୁ ଗୋଡ଼ାଇ ମାରିଲା ହାତୀ ୩୦ ରୁ ଅଧିକ ହାତୀ ଗତ ଦୁଇ ମାସ ହେଲା ଅନୁଗୁଳ ସହର ଉପଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିଲେ । ସେଥିରୁ ଗୋଠଛଡ଼ା…
ଦୁର୍ଘଟଣାରେ ଛାତ୍ର ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଗେଟ୍ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ…
ଦୁଇ ବର୍ଷ ପରେ ଖୋଲିବ ପ୍ରକୋଷ୍ଠ – ସରକାରୀ କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି ଅନୁଗୁଳ – ସୋମବାରରୁ ସବୁ ସରକାରୀ କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି । ଦୁଇ ବର୍ଷ ପରେ ପୁଣି ଥରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବ । ପୂର୍ବପରି…